ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ, ପତ୍ନୀ ମାଧ୍ୟମରେ ବିକୁଥିଲେ ଲୁଟ୍‌ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 16, 2020

ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ, ପତ୍ନୀ ମାଧ୍ୟମରେ ବିକୁଥିଲେ ଲୁଟ୍‌ ଜିନିଷ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ପୁଲିସ୍‌ କବଜାରେ ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଲୁଟ୍‌ କରୁଥିବା ସୁନା, ରୂପା ଆଦି ମୂଲ୍ୟବାନ ସାମଗ୍ରୀକୁ ପତ୍ନୀଙ୍କ ମାଧ୍ୟମରେ ବିକ୍ରି କରୁଥିଲେ ମୁଖ୍ୟ ଅଭିଯୁକ୍ତ। ଏହି ଗ୍ୟାଙ୍ଗର ୭ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ଧରିବା ପରେ ଏପରି ଖୁଲାସା କରିଛି ପୁଲିସ୍। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର,  ୨୩୭ ଗ୍ରାମ ରୂପା  ଓ ୨ ଟି ଗାଡ଼ି ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ତପୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ  ସମେତ ମୋଟ ୫ଜଣ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ହରିହର ସାମଲ ତାଙ୍କ ସ୍ତ୍ରୀଙ୍କ ମାଧ୍ୟମରେ ଚୋରି ସୁନା, ରୂପା ଆଦି ଗହଣାକୁ ବିକ୍ରି କରୁଥିଲେ ।

ଚୌଦ୍ୱାର କପାଳେଶ୍ୱରର ପ୍ରଦୀପ ପ୍ରଧାନଙ୍କ ଘରୁ ଚୋରି ହେବା ପରେ ସେ ଏନେଇ ଥାନାରେ  ଅଭିଯୋଗ କରିଥିଲେ।  ପ୍ରାୟ ୧୦ ମାସ ର ତଦନ୍ତ ପରେ ଏହି ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହୋଇଛି ଚୌଦ୍ୱାର ଥାନା ପୋଲିସ  । ଏହି ଗ୍ୟାଙ୍ଗରେ ସାମିଲ ଅନ୍ୟ ଫେରାର ସଦସ୍ୟଙ୍କୁ ଗିରଫ କରିବା ପାଇଁ ମଧ୍ୟ  ପୁଲିସ୍‌ ଉଦ୍ୟମ ଜାରି ରଖିଛି।

 

The post ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ, ପତ୍ନୀ ମାଧ୍ୟମରେ ବିକୁଥିଲେ ଲୁଟ୍‌ ଜିନିଷ appeared first on Odisha Reporter.



from Odisha Reporter https://ift.tt/3lTPPvd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages