ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ): ଆଜି ହେଉଛି ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ। କଟକ ଜିଲ୍ଲା ମାହାଙ୍ଗା କୋଠପଦା ଗାଁରେ ତାଙ୍କର ଜନ୍ମ ହୋଇଥିଲା। ତେବେ ତାଙ୍କର ଜନ୍ମ ମାଟି ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଏବେବି ଅଧପନ୍ତରିଆ ହୋଇ ପଡିଛି କବିଙ୍କ ସ୍ମୃତି ସମ୍ବଳିତ ରଘୁନାଥ ଜିୟୁ ମଠ ଓ ରଙ୍ଗମଞ୍ଚ।
କବିଙ୍କ ସ୍ମୃତି କହିଲେ ଭଙ୍ଗା ବାକ୍ସ ଭିତରେ ପିଢ଼ି ପରେ ପିଢ଼ି ସାଇତା ହୋଇ ରଖାଯାଇଥିବା ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଚଷମା, ଦୁଆତ, କଲମ, ମାଳି, ଚୌକି, ହ୍ୱିସିଲ୍ ଆଉ ନିଜ ହାତଲେଖା ସେ ସମୟର କିଛି ପାଣ୍ଡୁଲିପି ମଧ୍ୟ ପଡ଼ି ରହିଛି ଘରେ। ତେବେ ଏ ସବୁ ଦୁର୍ମୂଲ୍ୟ ସ୍ମୃତି ସବୁକୁ ସାଇତି ରଖିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନଥିବା କବିଙ୍କ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ଗଣକବିଙ୍କ ଦୁର୍ମୂଲ୍ୟ ସ୍ମୃତି ରଖିବା ପାଇଁ ଏକ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ହୋଇଛି ଦାବି। ଖାଲି ସେତିକି ନୁହେଁ, ତାଙ୍କ ଗାଁ ଓ ତା’ର ଆଖପାଖ ଗାଁରେ ବୈଷ୍ଣବ ପାଣି ଗୀତିନାଟ୍ୟର ବହୁ କଳାକାର ଏବେବି ଅଛନ୍ତି। ଯଦିଓ ଆଧୁନିକତା ଭିତରେ ଗୀତିନାଟ୍ୟର ଆଦର କମିଛି, ହେଲେ ଏବେବି ସେମାନଙ୍କ ପ୍ରତିଟି କଳାଚାତୁରୀ ସେଇମିତି ମନେଅଛି। ସଂସ୍କୃତି ବିଭାଗ ଏମାନଙ୍କ ମଧ୍ୟରୁ ବହୁ କଳାକାରଙ୍କୁ ଏଯାଏଁ କୌଣସି ପ୍ରୋତ୍ସାହନ ରାଶି ଦେବା ତ ଦୂରର କଥା, କଳାକାର ଭତ୍ତା ଟିଏ ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି। ସେହିପରି ଏବେବି ଅଧପନ୍ତରିଆ ହୋଇ ପଡିଛି କବିଙ୍କ ସ୍ମୃତି ସମ୍ବଳିତ ରଘୁନାଥଜିୟୁ ମଠ ଓ ରଙ୍ଗମଞ୍ଚ।
The post ଅବହେଳିତ ଗଣକବିଙ୍କ ଗାଁ, ଅଧପନ୍ତରିଆ ହୋଇ ପଡିଛି ମଠ ଓ ରଙ୍ଗମଞ୍ଚ appeared first on Odisha Reporter.
from Odisha Reporter https://ift.tt/2GeZDkp
No comments:
Post a Comment