ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌: କ’ଣ ଖୋଲିବ, କ’ଣ ବନ୍ଦ ରହିବ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌: କ’ଣ ଖୋଲିବ, କ’ଣ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ନଭେମ୍ବର ମାସ ପାଇଁ ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍‌ରେ ସ୍କୁଲ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଯିବାକୁ ଅନୁମତି ଦିଆଯାଇଛି। ବାକି ସବୁ ଶ୍ରେଣୀ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ।

ସେହିଭଳି ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି ଏଥିରେ କୁହାଯାଇଛି। ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ। ତେବେପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଏଥିପାଇଁ ଅନୁମତି ଦେଇପାରିବେ।

ଅନ୍ୟପକ୍ଷରେ ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ କମ୍ପଲେକ୍ସ, ଥିଏଟର ଓ ଅଡିଟୋରିୟମ ଆଦି ବନ୍ଦ ରହିବ। କିନ୍ତୁ କୋଭିଡ୍ ନିୟମ ମାନି ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି।

ଗାଇଡ୍‌ଲାଇନ୍ ଅନୁଯାୟୀ, ବାହାଘର ଗୁଡ଼ିକରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ସେହିଭଳି ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ।

ବଡ଼ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶ ହୋଇପାରିବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିବ।

କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଗୁଡ଼ିକରେ ଲକ୍‌ଡାଉନ୍‌ କଟକଣା ଜାରି ରହିବ। ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନର ଅବରୋଧ ଅଞ୍ଚଳ ସ୍ଥିର କରିବେ।

 

The post ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌: କ’ଣ ଖୋଲିବ, କ’ଣ ବନ୍ଦ ରହିବ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/35PBARN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages