ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ, ନଡ଼ିଆ, ପାଣି, ଗୁଜୁରାତି ଗୁଣ୍ଡ,ଚିନି, ଲୁଣ ଓ ଛେନା
ପ୍ରସ୍ତୁତି ପ୍ରଣାଳୀ
ପ୍ରଥରେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। କିଛି ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ରଖନ୍ତୁ।
ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସ୍ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଛେନା ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ। ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ପକାଇ ପାରିବେ।
ଏହାପରେ ଗ୍ୟାସ୍ରେ ଏକ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପାଣି ଫୁଟିଯିବା ପରେ ଚାଉଳ ଚୂନା ପକାନ୍ତୁ ଓ ତାକୁ ଭଲ ଚଲାନ୍ତୁ। ଜନ୍ତା ପ୍ରସ୍ତୁତି ହୋଇଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଜନ୍ତା ସାମାନ୍ୟ ଥଣ୍ଡା ହେବା ପରେ ସେଥିରେ ପୂର ଦେଇ ଗୋଲ ଗୋଲ କରନ୍ତୁ।
ଏବେ ଗ୍ୟାସ୍ରେ ଏକ କଡ଼େଇରେ ପାଣି ଗରମ କରି କରନ୍ତୁ। ପାଣି ଫୁଟିଯିବା ପରେ ସେଗୁଡ଼ିକୁ ସେଥିରେ ପକାନ୍ତୁ। କିଛି ସମୟ ପରେ ସେଗୁଡ଼ିକୁ ପାଣିରୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ପୁର ଦିଆ ମଣ୍ଡ। ପିଠା।
The post ଛେନା ପୁର ମଣ୍ଡା ପିଠା appeared first on Odisha Reporter.
from Odisha Reporter https://ift.tt/2HLyiXo
No comments:
Post a Comment