ହାଇଦ୍ରାବାଦ: ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମ ପ୍ରୟାସକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ପରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଗତ ମାସରେ ଏହି ଘଟଣା ଘଟିଥିଲା। ନାବାଳିକାକଙ୍କ ଶରୀର ପୋଡ଼ି ହୋଇଯିବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ପରେ ଗୁରୁବାର ରାତିରେ ସେ ଆତ୍ମହତ୍ୟା କରିଛନ୍ତି। ପ୍ରାୟ ମାସେ ଧରି ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ପୀଡ଼ିତା ଜଣଙ୍କ।
ତେଲେଙ୍ଗାନାର ଖମ୍ମମ ସହରରେ ଅଭିଯୁକ୍ତଙ୍କ ଘରେ ଏହି ୧୩ ବର୍ଷର ଆଦିବାସୀ ଝିଅ କାମ କରୁଥିଲେ। ସେପ୍ଟେମ୍ବର ୧୮ରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ତାଙ୍କୁ ବିରୋଧ କରିଥିଲେ। ଏହାପରେ ଅଭିଯୁକ୍ତ ପୀଡ଼ିତାଙ୍କ ଉପରେ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିଲେ। ଆଉ ନାବାଳିକାଙ୍କ ଶରୀରର ୭୦ ପ୍ରତିଶତ ଭାଗ ପୋଡ଼ି ହୋଇଯାଇଥିଲା।
ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ନାବାଳିକା ଜଣଙ୍କ ଭର୍ତ୍ତି ହେବା ପରେ ସଂପୃକ୍ତ ଘଟଣା ବାବଦରେ ଅକ୍ଟୋବର ୫ ତାରିଖରେ ତେଲେଙ୍ଗାନା ପୁଲିସକୁ ଜଣାପଡ଼ିଥିଲା।
ଗୁରୁବାର ରାତିରେ ପୀଡ଼ିତା ଆତ୍ମହତ୍ୟା କରିଥିବା ନେଇ ସ୍ଥାନୀୟ ପୁଲିସ କମିଶନର ତଫସୀର ଇକବାଲ କହିଛନ୍ତି। ଏବେ ଏହି ମାମଲାରେ ଧାରା ୩୦୭ (ହତ୍ୟା ଉଦ୍ୟମ) ବଦଳରେ ଧାରା ୩୦୨ (ହତ୍ୟା) ଲାଗୁ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ତେଲେଙ୍ଗାନା ମାନବାଧିକାର କମିଶନ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏ ନେଇ ଖମ୍ମା ପୁଲିସକୁ ଜବାବ ତଲବ କରିଛନ୍ତି।
The post ଦୁଷ୍କର୍ମକୁ ବିରୋଧ କରିବାରୁ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ, ଶେଷରେ ଆତ୍ମହତ୍ୟା କଲେ ପୀଡ଼ିତା appeared first on Odisha Reporter.
from Odisha Reporter https://ift.tt/3lTsUQB
No comments:
Post a Comment