ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପୁଣିଥରେ ଧାରା ୩୭୦ ଏବଂ ୩୫ ଏ ଲାଗୁ କରିବା ପାଇଁ ବିରୋଧୀ ଦାବି କରିଛନ୍ତି। ଏଥିସହିତ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର କାଟାଗୋରୀରେ ସାମିଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ। ସେହିପରି ଜମ୍ମୁ କଶ୍ମୀରର ମୁଖ୍ୟ ରାଜନୀତିକ ଦଳ ଏକ ହୋଇ ମିଳିତ ମଞ୍ଚ ଗଠନ କରିବା ଦାବିକୁ ଚିଦାମ୍ବରମ୍ ସମର୍ଥନ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ଅସାମ୍ୱିଧାନିକ ବୋଲି ଚିଦାମ୍ୱରମ କହିଛନ୍ତି। କେନ୍ଦ୍ର ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ ବୋଲି ସେ ଟ୍ୱିଚ୍ କରି ମତ ରଖିଛନ୍ତି।
ଚିଦାମ୍ବରମ୍ କହିଛନ୍ତି, ‘ଜମ୍ମୁ କଶ୍ମୀରର ମୁଖ୍ୟ ରାଜନୀତିକ ଦଳମାନେ ଏକାଠି ହୋଇ ଜମ୍ମୁ, କଶ୍ମୀର ଏବଂ ଲଦାଖର ଲୋକଙ୍କ ଅଧିକାରକୁ ପୁନଃ ସ୍ଥାପିତ କରିବା ପାଇଁ ସାମ୍ବିଧାନିକ ଯୁଦ୍ଧ ପାଇଁ ଏକାଠି ହେଉଛନ୍ତି। ଦେଶବାସୀ ଏହାକୁ ସ୍ୱାଗତ କରିବା ଦରକାର। କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି।
The coming together of mainstream regional parties of J&K to fight a constitutional battle to restore the rights of the people of Jammu, Kashmir and Ladakh is a development that must be welcomed by all the people of India
— P. Chidambaram (@PChidambaram_IN) October 16, 2020
ଅଗଷ୍ଟ ୫, ୨୦୧୯ରେ ମୋଦି ସରକାର ମନମୁଖୀ ଭାବରେ ଏହି ଧାରାକୁ ରଦ୍ଦ କରିଛନ୍ତି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ଏବଂ ପ୍ରମୁଖ ଦଳକୁ ଦେଶ ବିରୋଧୀ ଭାବରେ ଦେଖିବା ବନ୍ଦ କରିବା ଦରକାର ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ମୁଖ୍ୟ ରାଜନୀତିକ ଦଳ ଗୁରୁବାର ଏକାଠି ହୋଇ ବୈଠକ କରିଥିଲେ। ବୈଠକରେ ଧାରା ୩୭୦ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି। ଏହି ସହଯୋଗୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସମସ୍ତ ସଂପୃକ୍ତ ପକ୍ଷଙ୍କ ସହ ଆଲୋଚନା ଆରମ୍ଭ କରିବେ।
ନ୍ୟାଶନାଲ କନଫରେନସର ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ଏହି ବୈଠକ ବସିଥିଲା। ଏଥିରେ ପିଡିପି ସୁପ୍ରିମୋ ମେହବୁବା ମୁଫତି, ପିପୁଲ୍ସ କନଫରେନ୍ସ ସଭାପତି ସାଜଜାଦ ଲୋନ, ପିପୁଲ୍ସ ମୁଭମେଣ୍ଟ ନେତା ଜାଭେଦ୍ ମୀର ଏବଂ ସିପିଆଇ (ଏମ୍) ନେତା ମହମ୍ମଦ ୟୁସୁଫ ତରିଗାମୀ ମଧ୍ୟ ଯୋଗ ଦେଇଥିଲେ।
The post ଜମ୍ମୁ କଶ୍ମୀରରେ ଧାରା ୩୭୦ ଲାଗୁ କରିବା ପାଇଁ ବିରୋଧୀଙ୍କ ଦାବି appeared first on Odisha Reporter.
from Odisha Reporter https://ift.tt/2HcvKBq
No comments:
Post a Comment