ନୂଆଦିଲ୍ଲୀ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚାଇନା ସେନା ଅସ୍ତ୍ରଶସ୍ତ୍ର ଧରି ରହିଛନ୍ତି। ଏହା ଦେଶ ପାଇଁ ଚିନ୍ତାଜନକ। ଦେଶର ସୁରକ୍ଷା ପ୍ରତି ଏହା ବଡ଼ ଚ୍ୟାଲେଞ୍ଜ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହା କହିଛନ୍ତି। ଏସିଆ ସୋସାଇଟିର ଭରଚୁଆଲ ବୈଠକରେ ଯୋଗ ଦେଇ ଜୟଶଙ୍କର ଏଭଳି ମତ ରଖିଛନ୍ତି।
ଜୁନ ମାସର ଘଟଣା ପରଠାରୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଏକ ପ୍ରକାର ବିଛିନ୍ନ ହୋଇଛି। ଖାଲି ଏତିକି ନୁହେଁ ଏହାଦ୍ୱାରା ରାଜନୀତିକ ପ୍ରଭାବ ମଧ୍ୟ ପଡ଼ିଛି ବୋଲି ସେ କହିଛନ୍ତି। ଏବେ ପୂର୍ବ ଲଦାଖର ଏଲଏସରେ ଚାଇନାର ପିଏଲଏ ଟ୍ରୁପ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଠୁଳ ହୋଇ ରହିବା ଦେଶ ପାଇଁ ଚିନ୍ତାଜନକ ବୋଲି ଜୟଶଙ୍କର କହିଛନ୍ତି।
ଭାରତ ଚାଇନା ସହିତ ଦୀର୍ଘ ୩୦ ବର୍ଷ ହେବ ସମସ୍ତ ପ୍ରକାର ସମ୍ପର୍କ ରଖିଥିଲା। ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତି ମଧ୍ୟ ଠିକଠାକ୍ ଚାଲିଥିଲା। ହେଲେ ଚାଇନା ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ଉଲ୍ଲଂଘନ କରିଛି। ଲଦାଖର ଗଲଓ୍ୱାନ ଉପତ୍ୟକାରେ ଜୁନ୍ ୧୫ ତାରିଖରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ପିଏଲଏ ଦ୍ୱାରା ହୋଇଥିବା ଆକ୍ରମଣ ଚୁକ୍ତିକୁ ଉଲ୍ଲଂଘନ କରିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭାରତୀୟ ସେନା ଶହୀଦ ହୋଇଥିଲେ।
ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହେବା ପରେ ସମସ୍ୟାର ସମାଧାନ ପାଇଁ ଦୁଇ ଦେଶର ସାମରିକ ବିଭାଗ ବୈଠକ କରୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ଏକମତ ହୋଇଛନ୍ତି। ହେଲେ ସୀମାରୁ ସେନା ପ୍ରତ୍ୟାହାର ନେଇ ଚାଇନା ରାଜି ହେଉନାହିଁ। ଯେଉଁଥିପାଇଁ ଭାରତ ମଧ୍ୟ ସେନା ପ୍ରତ୍ୟାହାର କରିବନି ବୋଲି କହିଛି। ସେହିପରି ନିକଟରେ ଚାଇନା ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ ପିଏଲଏ ଯବାନଙ୍କୁ ଆଲର୍ଟ ରହିବାକୁ କହିଛନ୍ତି। ଏଥିସହିତ ଯୁଦ୍ଧ ପାଇଁ ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇବା ପାଇଁ ନିଜ ଦେଶର ସେନାକୁ ଆହ୍ୱାନ କରିଛନ୍ତି ଜିଙ୍ଗପିଙ୍ଗ୍।
The post ଏଲଏସିରେ ଅସ୍ତ୍ରଶସ୍ତ୍ର ସହିତ ଜିଙ୍ଗପିଙ୍ଗ ସେନା, ଚିନ୍ତାପ୍ରକଟ କଲେ ବୈଦେଶିକ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/31h4PLL
No comments:
Post a Comment