ହାଇଦ୍ରାବାଦ: ଆମେରିକାର ଜର୍ଜିୟାରେ ଜଣେ ଭାରତୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହାଇଦ୍ରାବାଦର ବାସିନ୍ଦା ହୋଉଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବରେ ବାରମ୍ବାର ଛୁରାମାଡ଼ କରି ହତ୍ୟା କରାଯାଇଛି। ଏବେ ପୀଡ଼ିତଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆମେରିକାରେ ଭାରତୀୟ ଯୁବକଙ୍କ ହତ୍ୟା କରାଯାଇଛି। ଘର ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ମହମ୍ମଦ ଆଫିଫ୍ ମୋହିଉଦ୍ଦୀନ ବୋଲି କୁହାଯାଉଛି। ଗତ 10 ବର୍ଷ ହେଲା ଜର୍ଜିୟାରେ ରହୁଥିବା ବେଳେ କିରାଣୀ ଦୋକାନ କରି ନିଜର ଜୀବନଜୀବିକା ନିର୍ବାହ କରୁଥିଲେ।
ମହମ୍ମଦ ଆରିଫଙ୍କ ସ୍ତ୍ରୀ ମେହନାଜ ଫାତିମା କହିଛନ୍ତି ଯେ, “ମୋ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମୋ ବାପାଙ୍କୁ ଏମରଜେନ୍ସି ଭିସାରେ ଆମେରିକା ଯିବାର ବନ୍ଦୋବସ୍ତ କରାଇବାକୁ ମୁଁ ସରକାରଙ୍କୁ ଅନୁରୋଧ କରିଛି।”
ଫାତିମା ପୁଣି କହିଛନ୍ତି, ରବିବାର ସକାଳ 9ଟାରେ ସେ ଆରିଫଙ୍କ ସହ ଫୋନରେ କଥା ହୋଇଥିଲେ। ଏତିକି ବେଳେ ଆରିଫ୍ ତାଙ୍କୁ କହିଥିଲେ ଯେ, ଅଧା ଘଣ୍ଟା ଭିତରେ ପୁଣି ଫୋନ୍ କରିବେ। ହେଲେ ପରେ ସେ ଫୋନ୍ କରି ନଥିଲେ। ଏହାପରେ ଆରିଫଙ୍କ ଭଉଣୀ କହିଥିଲେ ଯେ, କେତେଜଣ ଦୁର୍ବୃତ୍ତ ଛୁରା ମାଡ଼କରି ଆରିଫଙ୍କୁ ହତ୍ୟା କରିଛନତି। ଆରିଫଙ୍କ ମୃତଦେହ ଜର୍ଜିୟାର ଏକ ହସ୍ପିଟାଲରେ ଅଛି। ସେଠାରେ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନାହାନ୍ତି।
ତେଲେଙ୍ଗାନା ପାର୍ଟି ମଜଲିସ ବଚାଓ ତହରିକର ପ୍ରବକ୍ତା ଉଲ୍ଲାହ ଖାନ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଆମେରିକାର ଭାରତୀୟ ଦୂତାବାସଙ୍କୁ ମୃତକଙ୍କ ପରିବାର ପକ୍ଷରୁ ପତ୍ର ଲେଖିଛନ୍ତି।
ପୁଲିସ ଘଟଣାର ସିସିଟିଭି ଫୁଟେଜ୍ ବାହାର କରିଛି। ଏଥିରେ ମହମ୍ମଦ ଆରିଫଙ୍କ କିରାଣୀ ଦୋକାନରେ ଏକାଧିକ ଆକ୍ରମଣକାରୀଙ୍କ ସହ ଜଣେ କର୍ମଚାରୀ ଥିବା ମଧ୍ୟ ଦେଖିବାକୁ ମିଳିଛି।
The post ଆମେରିକାରେ ଭାରତୀୟ ଯୁବକଙ୍କୁ ନିର୍ମମ ହତ୍ୟା appeared first on Odisha Reporter.
from Odisha Reporter https://ift.tt/361kgZZ
No comments:
Post a Comment