କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ମହିଳା ସହକର୍ମୀଣି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ବନ୍ଧା ହେଲେ ସୁନାବେଡା ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ । ସମ୍ପୃକ୍ତ ଡାଟା ଏଣ୍ଟ୍ରିଙ୍କ ଅଭିଯୋଗ ପରେ ପବିତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଲେ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ।
ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ଧରି ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଆସୁଥିଲେ। ଏହା ଅସହ୍ୟ ହେବାରୁ ମହିଳାଜଣକ ଗତକାଲି ସନ୍ଧ୍ୟାରେ ଥାନା ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍ ତରଫରୁ ଘଟଣାର ଯାଞ୍ଚ କରାଯାଇ ଆଜି ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।
The post ଯୌନ ଉତ୍ପୀଡ଼ନ ଅଭିଯୋଗରେ ବନ୍ଧା ହେଲେ କଲେଜ ଅଧ୍ୟକ୍ଷ appeared first on Odisha Reporter.
from Odisha Reporter https://ift.tt/3jOvMgt
No comments:
Post a Comment