ଧର୍ମଗଡ(ଇଙ୍ଗିତ ପଣ୍ଡା): ଗୁପ୍ତଧନ ପାଇବା ପାଇଁ ଗାଁ ମୁଣ୍ଡରେ ଚାଲିଥିଲା ତନ୍ତ୍ର ସାଧନା। ଗ୍ରାମବାସୀ ମିଳିତ ଭାବରେ ଚଢଉ କରି ୨ ଜଣଙ୍କୁ କାବୁ କରିଥିବା ବେଳେ ଘଟଣାସ୍ଥଳରୁ ୭ ଜଣ ଫେରାର ହୋଇଯାଇଛନ୍ତି। ଅଟକ ଦୁଇ ଜଣ ହେଲେ ଯୋଗେଶ୍ୱର ବଚ୍ଛା ଓ ଶରତ ଖରସେଲ। ଆଜି ସକାଳେ ଧର୍ମଗଡ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଟକ ୨ ଜଣଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀରେ କିଛିଲୋକ ଏକତ୍ରୀତ ହୋଇ ସ୍ଥାନୀୟ ଜମିରେ ଗୋଟିଏ ଖାଲ ଖୋଳୁଥିବା କିଛି ଚାଷୀ ଦେଖିବାକୁ ପାଇଥିଲେ। ପରେ ଏନେଇ ଖବର ପାଇ ଗାଁ ଲୋକ ଏକତ୍ରୀତ ହୋଇ ଚଢଉ କରିଥିଲେ । ତେବେ ଗ୍ରାମବାସୀଙ୍କୁ ଦେଖି ସେଠାରେ ଥିବା ୯ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସେଠାରେ ସେମାନେ ରଖିଥିବା ତନ୍ତ୍ରସାଧାନ ବିଦ୍ୟାବହି, ହାଡ,ମାଳ ଓ ସାଧନା ପାଇଁ ଆବଶ୍ୟକ ଆପତ୍ତିଜନକ ସାମଗ୍ରୀ ଦେଖିବା ପରେ ରାତ୍ରୀ ତମାମ ଦୁଇଜଣକୁ ଅଟକ ରଖି ପୁଲିସ୍କୁ ଖବର ଦେଇଥିଲେ ଗ୍ରାମବାସୀ ।
The post ଗୁପ୍ତଧନ ସନ୍ଧାନରେ ତନ୍ତ୍ର ସାଧନା କରୁଥିଲେ, ଧରା ପଡ଼ିଗଲେ appeared first on Odisha Reporter.
from Odisha Reporter https://ift.tt/2TPRQMU
No comments:
Post a Comment