ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଭଦୋଦରା: ଗୁଜରାଟର ଭଦୋଦରାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ଦୁଇ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଏହି ଦୁର୍ଘଟଣା ଭୋର୍ ୪ଟା ସମୟରେ ହୋଇଛି। ଗୋଟିଏ ଟ୍ରକରେ ବହୁ ସଂଖ୍ୟାରେ ଲୋକେ ଯାତ୍ରା କରୁଥିଲେ। ତେବେ ଏହି ଟ୍ରକଟିର ଆଉ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ଅବସ୍ଥାରେ ଟ୍ରକ୍ ଭିତରେ ଫସି ରହିଥିଲେ। ଚଦୁର୍ଘଟଣା ପରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ରହିଥିଲା।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ବ୍ୟକ୍ତିଙ୍କ ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଛନ୍ତି।

The post ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୦ ଜୀବନ appeared first on Odisha Reporter.



from Odisha Reporter https://ift.tt/2INU8Ka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages