ଦୁର୍ନୀତି ଅଭିଯୁକ୍ତଙ୍କୁ ଶିକ୍ଷାମନ୍ତ୍ରୀ କରାଇ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ: ତେଜସ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଦୁର୍ନୀତି ଅଭିଯୁକ୍ତଙ୍କୁ ଶିକ୍ଷାମନ୍ତ୍ରୀ କରାଇ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ: ତେଜସ୍ୱୀ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ଏଥିରେ ମେୱାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି। ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ନେତା ଗୌରବ ଭଲ୍ଲବ ମଧ୍ୟ ମେଭାଲ ଚୌଧୁରୀଙ୍କୁ ମନ୍ତ୍ରୀ କରାଇବା ନେଇ ପ୍ରଶ୍ନ ଉଠାଇଛନ୍ତି।

ମେୱା ଲାଲ ଚୌଧୁରୀଙ୍କ ନାଁରେ ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦ ବି ରହିଛି। ସେ ସହକାରୀ ପ୍ରଫେସର ଥିବା ବେଳେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଭଳି ଗୁରୁତର ମାମଲା ତାଙ୍କ ବିରୋଧରେ ରହିଛି। ଏବେ ତାଙ୍କୁ ଶିକ୍ଷା ମନ୍ତ୍ରୀ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦୁର୍ନୀତି କରିବାର ପୁରସ୍କାର ସ୍ୱରୂପ ମେୱା ଲାଲଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି କି ବୋଲି ନୀତୀଶଙ୍କୁ ପ୍ରଶ୍ନ କରିଛନ୍ତି ତେଜସ୍ୱୀ।

ସେହିଭଳି କଂଗ୍ରେସ ନେତା ଗୌରବ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଦୁର୍ନୀତି କରିବା ପାଇଁ ମେୱା ଲାଲ ଗୋଟିଏ ଇଞ୍ଜିନ ଏବେ ‘ସୁଶାସନ ବାବୁ’ଙ୍କୁ ଆଉ ଏକ ଇଞ୍ଜିନ୍ ଖୋଜିବା ଦରକାର ବୋଲି ସେ କହିଛନ୍ତି।

ନୀତୀଶ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଡକ୍ଟର ମେୱା ଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତିରେ ଯୋଗଦେବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ସେ ୨୦୧୫ ରେ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ରେ କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନେଇଥିଲେ ଏବେର ଶିକ୍ଷା ମନ୍ତ୍ରୀ।

୨୦୧୨-୨୦୧୩ ମସିହାରେ କୃଷି ବିଶ୍ୱବିଦ୍ୟାଳୟରେ ୧୬୧ ସହକାରୀ ପ୍ରଫେସର ଏବଂ ଜୁନିଅର ବୈଜ୍ଞାନିକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିହାର ରାଜ ଭବନଙ୍କ ନିର୍ଦ୍ଦେଶରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା। ପରେ ଫେବୃଆରୀ ୨୦୧୭ ରେ ସାବୋର ଥାନାରେ ପୂର୍ବତନ କୁଳପତି ମେୱା ଲାଲଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।

The post ଦୁର୍ନୀତି ଅଭିଯୁକ୍ତଙ୍କୁ ଶିକ୍ଷାମନ୍ତ୍ରୀ କରାଇ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ: ତେଜସ୍ୱୀ appeared first on Odisha Reporter.



from Odisha Reporter https://ift.tt/3pG2xAD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages