‘ହସ୍ତାନ୍ତର ହେବନି ଏକାମ୍ର କାନନ ଜମି, ପୂର୍ବ ସ୍ଥିତି ବଜାୟ ରହିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

‘ହସ୍ତାନ୍ତର ହେବନି ଏକାମ୍ର କାନନ ଜମି, ପୂର୍ବ ସ୍ଥିତି ବଜାୟ ରହିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବାଦବିବାଦ ପରେ ଶେଷରେ ସ୍ଥଗିତ ରହିଲା ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା । ଉଦ୍ୟାନରେ କଙ୍କ୍ରିଟ୍ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏପରି ନିଷ୍ପତ୍ତିରୁ ଓହରିଛି ଉଦ୍ୟାନ କୃଷି ବିଭାଗ ।

ଏକାମ୍ର କାନନରେ ପୂର୍ବ ଭଳି ସ୍ଥିତି ବଜାୟ ରଖିବାକୁ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ । ୨୦ ଏକର ୧୯୨ ଡିସିମିଲ୍ ଜମିକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରିବାକୁ ଚିଠି ହେବା ଖବର ପ୍ରଚାରିତ ହେବା ପରେ  ବିଜେପି, କଂଗ୍ରେସ, ସ୍ଥାନୀୟ ବାସିନ୍ଦା ଏବଂ ପରିବେଶବିତ୍ ଏହାକୁ ପ୍ରବଳ ବିରୋଧ କରିଥିଲେ ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟି ଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ ବୋଲି ପୂର୍ବରୁ କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା।  ଏହାପରେ ସରକାର ନିଜ ମତ ବଦଳାଇଥିବା ଆଲୋଚନା ହେଉଛି।

The post ‘ହସ୍ତାନ୍ତର ହେବନି ଏକାମ୍ର କାନନ ଜମି, ପୂର୍ବ ସ୍ଥିତି ବଜାୟ ରହିବ’ appeared first on Odisha Reporter.



from Odisha Reporter https://ift.tt/3f6vdhe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages