ନୂଆଦିଲ୍ଲୀ: ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିବା ଆତଙ୍କୀ ମୁଲ୍ଲା ଉମର୍ ଇରାନୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ପୁଲିସ୍ ମୁଲ୍ଲା ଉମର୍ ଇରାନୀ ସହ ତା’ର ଦୁଇ ପୁଅକୁ ହତ୍ୟା କରିଛି। ରିପୋର୍ଟ ମୁତାବକ, ନଭେମ୍ବର ୧୭ ତାରିଖରେ ପୁଲିସ୍ ଓ ମୁଲ୍ଲାର ଦୁଇ ପୁଅ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଆତଙ୍କୀ ମୁଲ୍ଲା ଉମର୍ ଇରାନୀ ଓ ତା’ର ଦୁଇ ପୁଅକୁ ପୁଲିସ୍ ବାଲୁଚିସ୍ତାନର ତୁର୍ବତ ଅଞ୍ଚଳରେ ନିପାତ କରିଛି।
ମୁଲ୍ଲା ଲସ୍କର-ତାଇବା, ଲସ୍କର-ଏ-କୁରୁସନ୍ ଓ ଜୈଶ-ଉଲ୍-ଅଦଲର ହାଇପ୍ରୋଫାଇଲ୍ ସହକାରୀଙ୍କ ମଧ୍ୟରୁ ଅନ୍ୟତମ ଥିଲା। ମୁଲ୍ଲାର ମୃତ୍ୟୁ ପଛରେ ଇରାନୀ ବିଦେଶ ମନ୍ତ୍ରୀ ଜୱାଦ ଜରିଫ୍ ଓ ପାକିସ୍ତାନର ଆର୍ମି ଚିଫ୍ ଜେନେରାଲ୍ କମର୍ ଜାଭେଦ୍ ବାଜୱା ମଧ୍ୟରେ ହୋଇଥିବା ସାକ୍ଷାତକାରର ବଡ଼ ଭୂମିକା ଥିବା କୁହାଯାଉଛି।
ଆତଙ୍କୀ ମୂଲ୍ଲା ଇରାନର ମୋଷ୍ଟ ୱାଣ୍ଟେଡ ଥିଲା। ମୁଲ୍ଲା ଇରାନରେ ଅନେକ ସେନାର ହତ୍ୟା କରିଥିବା ସ୍ବୀକାର କରିଥିଲା। ତେଣୁ ମୁଲ୍ଲାକୁ କୌଣସି ପରିସ୍ଥିତିରେ ମାରିବା ପାଇଁ ଇରାନ୍ ଓ ପାକିସ୍ତାନ ପୁଲିସ୍ ଯୋଜନା କରୁଥିଲା। ଆଉ ଶେଷରେ ପାକିସ୍ତାନ ପୁଲିସକୁ ସଫଳତା ମିଳିଛି।
ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଲ୍ଲା ପାକିସ୍ତାନ ସେନା ପକ୍ଷରୁ କାମ କରୁଥିଲା।
ତେବେ ଇରାନର ବିଦେଶ ମନ୍ତ୍ରୀ ଓ ପାକିସ୍ତାନର ଆର୍ମି ଜେନେରାଲଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର କିଛି ଦିନ ପରେ ମୁଲ୍ଲା ଓ ତା’ର ଦୁଇ ପୁଅକୁ ମାରିଦିଆଯାଇଛି। ମୃତ ମୁଲ୍ଲା ଓ ତା’ର ଦୁଇ ପୁଅର ମୃତଦେହକୁ ବାଲୁଚିସ୍ତାନର ତୁର୍ବତରେ ଏକ ସ୍ଥାନୀୟ ଫ୍ରଣ୍ଟିୟର କପର୍ସରେ ରଖାଯାଇଛି।
The post କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ମୃତ! appeared first on Odisha Reporter.
from Odisha Reporter https://ift.tt/3lJuTrj
No comments:
Post a Comment