ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଦ୍ୱୟ ସ୍ଥାନୀୟ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ ଓ ଅଭିଜିତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ଅଭିଜିତ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ମାତ୍ର ନାକଟିଦେଉଳ ରାସ୍ତାର ଡିମିରିକୁଦାଠାରେ ଥିବା ଏକ ବୁଲାଣି ପୋଲ ନିକଟରେ ବାଇକ୍ଟି ପୋଲ ବାଡ଼ାରେ ପିଟିହୋଇଯାଇଥିଲ। ଏହାପରେ ବାଇକ୍ ସହ ୨ ଯୁବକ ତଳକୁ ଖସି ପଡ଼ିଥିଲେ। ରାତିରେ ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ପାଇପାରି ନ ଥିଲେ।
ଆଜି ସକାଳୁ କିଛି ସ୍ଥାନୀୟ ଲୋକ ନାଳରେ ୨ ମୃତଦେହ ଭାସୁଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଓ ବାଇକ୍ ଉଦ୍ଧାର କରିଛି। ଉଭୟଙ୍କ ପରିବାର ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଜଣାଯାଇଛି।
The post ବ୍ରିଜ୍ରେ ପିଟି ହୋଇ ନାଳକୁ ଖସିଲା ବାଇକ୍ appeared first on Odisha Reporter.
from Odisha Reporter https://ift.tt/3lFm6GJ
No comments:
Post a Comment