ସଲମାନ୍ ଖାନଙ୍କ ଘରେ ପଶିଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

ସଲମାନ୍ ଖାନଙ୍କ ଘରେ ପଶିଲା କରୋନା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ଘରେ ପଶିଲା କରୋନା। ସଲମାନଙ୍କ ଡ୍ରାଇଭର୍ ଓ ତାଙ୍କର ଦୁଇ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସଲମାନ୍ ନିଜକୁ ଆଇସୋଲେଟ୍ କରିଛନ୍ତି। କରୋନା ଯୋଗୁ ସଲମାନର ଆଗାମୀ ଫିଲ୍ମ ଶୁଟିଂରେ ବାଧା ଉପୁଜିଥିଲା। କିନ୍ତୁ ଏବେ ସେ ନିଜ କାମକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ଏହାସହ ସେ ‘ବିଗ୍ ବସ୍-୧୪’ର ହୋଷ୍ଟ ମଧ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ସଲମାନଙ୍କୁ ଆଗାମୀ ଏପିସୋଡ ଗୁଡ଼ିକରେ ଦେଖିବାକୁ ମିଳିବ କି ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଇଛି।

ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଯାହା ପରେ ସଲମାନଙ୍କର ଦୁଇଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସଲମାନ୍ ନିଜେ ଆଇସୋଲେଟ୍ ହେବା ସହ ଅନ୍ୟମାନଙ୍କୁ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବଲିଉଡର ଅନେକ ସେଲିବ୍ରିଟୀ ଗତ ଦୁଇତିନି ମାସ ହେବ ପୁଣିଥରେ କାମ କରିବା ଆରମ୍ଭ କରିଛନ୍ତି। କରୋନା ମହାମାରୀ ଏବଂ ଲକଡାଉନ୍ ଯୋଗୁ ଫିଲ୍ମର ଶୁଟିଂରେ ବ୍ରେକ୍ ଲାଗିଥିଲା। ଏବେବି କରୋନାର ଭୟ ଜାରି ରହିଛି। କରୋନା କେବଳ ମନୋରଞ୍ଜନ ଦୁନିଆ ପାଇଁ ନୁହେଁ ବରଂ ପୂରା ଦେଶ ପାଇଁ ବିପଦ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ମହାରାଷ୍ଟ୍ରରେ କରୋନା ପଜିଟିଭ୍ ସଂଖ୍ୟା ୧୭ଲକ୍ଷ ଟପିସାରିଥିବା ବେଳେ ୪୬ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

The post ସଲମାନ୍ ଖାନଙ୍କ ଘରେ ପଶିଲା କରୋନା appeared first on Odisha Reporter.



from Odisha Reporter https://ift.tt/3fangHU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages