ଭଦ୍ରକ (ପାର୍ଥ ସାରଥୀ ନାୟକ): ଯାତ୍ରୀବାହୀ ବସ୍ ଛାତରେ ମାଲ୍ ଲୋଡ୍ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ବସ୍ଟିରୁ ଆଦାୟ ହୋଇଛି ୧୦ ହଜାର ଟଙ୍କା ଜୋରିମାନା। ଭଦ୍ରକ ଆରଟିଓଙ୍କ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ‘ସଙ୍ଗୀତା’ ନାମକ ଏହି ଘରୋଇ ବସ୍ଟି ଚାନ୍ଦବାଲିରୁ କୋଲକାତା ଅଭିମୁଖେ ଯାଉଥିଲା। ରାଜଘାଟ ଛକ ନିକଟରେ ଟାଉନ ଥାନା ପୁଲିସ ଓ ଆରଟିଓ କର୍ମଚାରୀ ବସଟିକୁ ଅଟକାଇଥିଲେ। ବସ୍ ଉପରେ ମାଲ୍ ଲଦା ହୋଇ ନିଆଯାଉଥିଲା, ଯାହା ପରିବହନ ନିୟମକୁ ଉଲ୍ଲଂଘନ କରୁଥିଲା। ଏହା ପରେ ଆର୍ଟିଓ କର୍ମଚାରୀମାନେ ବସ୍ଟି ଉପରେ ୧୦ ହଜାର ଟଙ୍କା ଜୋରିମାନା କରିଥିଲେ। ଜୋରିମାନା ଅର୍ଥ ଦେବା ପରେ ବସ୍ଟି ଯାତ୍ରୀମାନଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରିଥିଲା।
The post ଲୋଡ୍ କରିଥିଲେ ମାଲ୍, ପଡ଼ିଲା ୧୦ ହଜାର ଜୋରିମାନା appeared first on Odisha Reporter.
from Odisha Reporter https://ift.tt/3ld3lti
No comments:
Post a Comment