ଗାନ୍ଧୀନଗର : ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ବର ଓ ବରଯାତ୍ରୀ ମଧ୍ୟ ଆସି ପହଞ୍ଚି ସାରିଥିଲେ। କେବଳ ହାତଗଣ୍ଠି ପଡ଼ିବା ବାକିଥିଲା। ଠିକ୍ ଏହି ସମୟରେ ଜଣାପଡ଼ିଲା କନ୍ୟା କୋଭିଡ୍ ପଜିଟିଭ୍। ତେଣୁ ଶାଶୂଘର ନୁହେଁ କନ୍ୟାକୁ ଯିବାକୁ ପଡ଼ିଥିଲା କ୍ୱାରେଣ୍ଟାଇନ୍ ସେଣ୍ଟର। ଗୁଜରାଟର ୱଲସାଡ୍ରେ ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ବାହାଘର ସପିଙ୍ଗ୍ କରିବା ପାଇଁ କନ୍ୟା ଜଣକ ମୁମ୍ୱାଇ ଯାଇଥିଲେ। ମୁମ୍ୱାଇରୁ ଫେରିବା ପରେ କୌଣସି ପ୍ରକାର ଟେଷ୍ଟ ନକରି ସେ ବିବାହ କାମରେ ବ୍ୟସ୍ତ ହୋଇପଡ଼ିଥିଲେ। ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାପଡ଼ିଥିଲା ଯେ ୱଲସାଡ୍ର ଜଣେ ଯୁବତୀ ମୁମ୍ୱାଇରୁ ଫେରିଛନ୍ତି।
ଏହାପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଞ୍ଚ ପାଇଁ ଯୁବତୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଯୁବତୀ ଜଣକ ବିବାହ କରୁଥିବା ଜାଣିବାକୁ ପାଇଥିଲେ।
ବିବାହରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କର ସ୍ୱାସ୍ଥ୍ୟ ବିଭାଗର ଟିମ୍ କରୋନା ଟେଷ୍ଟ କରିଥିଲା। କିନ୍ତୁ ଯୁବତୀ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ତେଣୁ
ମହାରାଷ୍ଟ୍ରରୁ ଆସିଥିବା ବର ବିବାହ ନକରି ଘରକୁ ଫେରିଯାଇଥିଲା। ଏହାପରେ କରୋନା ପଜିଟିଭ୍ କନ୍ୟା ଓ ତାଙ୍କର ଘରେ ଲୋକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ପଠାଯାଇଥିଲା।
The post ବାହା ବେଦୀରୁ ଫେରିଗଲା ବର, କନ୍ୟା ଗଲା କ୍ୱାରେଣ୍ଟାଇନ୍ ସେଣ୍ଟର appeared first on Odisha Reporter.
from Odisha Reporter https://ift.tt/36fUxhX
No comments:
Post a Comment