ଅର୍ଣ୍ଣବଙ୍କ ସମର୍ଥନରେ ସୁଶାନ୍ତ ପରିବାରରର ଓକିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ଅର୍ଣ୍ଣବଙ୍କ ସମର୍ଥନରେ ସୁଶାନ୍ତ ପରିବାରରର ଓକିଲ

ମୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଚାରିଆଡ଼େ ଆକ୍ରୋଶ ଦେଖିବାକୁ ମିଳିଛି। ଅର୍ଣ୍ଣବଙ୍କ ସମର୍ଥନରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରର ଓକିଲ ବିକାଶ ସିଂହ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଏକାଧିକ ଟ୍ୱିଟ୍ ଜରିଆରେ ଅର୍ଣ୍ଣବଙ୍କ ପ୍ରତି ନିଜ ସମର୍ଥନ ଜଣାଇଛନ୍ତି।

ବିକାଶ ଟ୍ୱିଟ୍ କରି କହିଛନ୍ତି, “ମୁଁ ଯେକୌଣସି ସରକାର ଦ୍ୱାରା ପ୍ରେସ୍ ଉପରେ ଲଗାମ୍ ଲଗାଇବାର ଯେକୌଣସି ପ୍ରୟାସକୁ ବିରୋଧ କରୁଛି। ସାରା ଦେଶରେ ପ୍ରେସର ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିବାର ପ୍ରବୃତ୍ତି ରହିଛି। ଏହି ପ୍ରବୃତ୍ତି ଆମ ଗଣତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ। ମୁଁ ଏଭଳି ମାମଲାଗୁଡ଼ିକୁ ସାମ୍ନା କରୁଥିବା ପ୍ରେସ୍ ଲୋକମାନଙ୍କ ସହ ଅଛି।”

ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇ ଓ ରାୟଗଡ଼ ପୁଲିସର ମିଳିତ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇ ଲୋୟର ପରେଲସ୍ଥିତ ଘରେ ପଶି ଜୋର ଜବରଦସ୍ତ ତାଙ୍କୁ ଗିରଫ କରିଥିଲେ। କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇ ନ ଥିଲା ପୁଲିସ୍ ଟିମ୍। ଏପରି କି ତାଙ୍କ ଘରେ ତାଙ୍କୁ ଜବରଦସ୍ତି ଟଣା ଓଟରା କରିଥିଲା ପୁଲିସ। ପରେ ଜବରଦସ୍ତ ତାଙ୍କୁ ଭ୍ୟାନରେ ପୂରାଇ ନିଆଯାଇଥିଲା। ତେବେ ଅର୍ଣ୍ଣବଙ୍କୁ ବର୍ତ୍ତମାନ ଅଲିବାଗର ଏକ ସ୍ଥାନୀୟ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଣ୍ଣବଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

The post ଅର୍ଣ୍ଣବଙ୍କ ସମର୍ଥନରେ ସୁଶାନ୍ତ ପରିବାରରର ଓକିଲ appeared first on Odisha Reporter.



from Odisha Reporter https://ift.tt/3esuw1f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages