‘ସିଏମ୍ ମୋର ସିଏ, ପାଣ୍ଡିଆନ୍ ସାର୍ ମୋର ଦିଅର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

‘ସିଏମ୍ ମୋର ସିଏ, ପାଣ୍ଡିଆନ୍ ସାର୍ ମୋର ଦିଅର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ଯାହା କହେ ଜାଗା ମୁଣ୍ଡରେ ବାଜେ। ମୁଁ ସିଏମଙ୍କୁ ମୋର ସିଏ ଭାବେ। ପାଣ୍ଡିଆନ୍ ସାରଙ୍କୁ ନିଜର ଦିଅର୍ ଭାବେ। ମୋଦିଙ୍କୁ ମୁଁ ନିଜର ଦେଢ଼ସୁର ଭାବେ।’ ଆଜି ଭୁବନେଶ୍ୱର ପିଏମଜି ଛକରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଅନେକ ଯାତ୍ରା କଳାକାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡା।

ରାଣୀ କହିଛନ୍ତି, ଆଜି ଆମର ଏହି ଦାବି ନିଶ୍ଚୟ ସାର୍ (ମୁଖ୍ୟମନ୍ତ୍ରୀ)ଙ୍କ ପାଖରେ ପହଞ୍ଚିବ। ଆଉ ଯଦି ନପହଞ୍ଚେ, ଏଇଟା ତ ଟ୍ରେଲର୍, ଫିଲ୍ମ ଆଗକୁ କ’ଣ ହେବ ସେ ଭାବିଦିଅନ୍ତୁ। ଆମେ ବହୁତ ସହିଲୁଣି। ରାଜ୍ୟ ସରକାର ଯାହା କହିଥିଲେ, ତାହା ମାନିଲୁ। ସବୁ କଲା ପରେ ବି ଆଜି ଆମ ସହ ଅନ୍ୟାୟ ହେଉଛି। କଳାକାର କେମିତି ଅଛି, କେମିତି ବଞ୍ଚିଛି, ସେ କଥା କେବେ ଚିନ୍ତା କଲେଣି। ନିର୍ବାଚନ ବେଳେ ତୁମେ ମେଲୋଡି କରିବ। ଆଉ ନିର୍ବାଚନ ସରିଲା ପରେ କହିବେ ଯେ ସବୁ ବନ୍ଦ। ଆଗରୁ କହିଥିଲି ଏବଂ ଆଜି ବି କହୁଛି ମୋତେ ତିନିମାସ ପାଇଁ ସିଏମ୍ କରାନ୍ତୁ, ତା’ପରେ ଦେଖନ୍ତୁ ମୁଁ କ’ଣ କରୁଛି।

ରାଣୀ ଆହୁରି କହିଛନ୍ତି, ଆମେ କେବଳ ଏତିକି ଚାହୁଁଛୁ ଯେ ଆମର କଳାକ୍ଷେତ୍ର ଖୋଲିବାକୁ ଅନୁମତି ଦିଅନ୍ତୁ। ଯାତ୍ରା କରିବା ପାଇଁ ଆପଣ ଯେଉଁ ଗାଇଡଲାଇନ୍ ରଖିବେ, ଆମେ ମାନିବାକୁ ପ୍ରସ୍ତୁତ। ସବୁ ପାଇଁ ନ୍ୟାୟ ଅଛି, କିନ୍ତୁ ଆମ ପାଇଁ ଏତେ ଅନ୍ୟାୟ କ’ଣ ପାଇଁ। ତେଣୁ ଆମ ଦାବିପତ୍ର ମାନିବା ପାଇଁ ଅନୁରୋଧ କରୁଛୁ। ଯଦି ଆମ କଥା ଶୁଣା ନଯାଏ, ତାହେଲେ ସବୁ ଯାତ୍ରା କଳାକାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବେ।

The post ‘ସିଏମ୍ ମୋର ସିଏ, ପାଣ୍ଡିଆନ୍ ସାର୍ ମୋର ଦିଅର’ appeared first on Odisha Reporter.



from Odisha Reporter https://ift.tt/2I6Bv4j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages