ସୋନୁଙ୍କୁ ଫ୍ୟାନଙ୍କ ନିବେଦନ: ‘ଶାହାରୁଖଙ୍କ ଭଳି ମୋ ଜନ୍ମଦିନ ପାଳନ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ସୋନୁଙ୍କୁ ଫ୍ୟାନଙ୍କ ନିବେଦନ: ‘ଶାହାରୁଖଙ୍କ ଭଳି ମୋ ଜନ୍ମଦିନ ପାଳନ କର’

ମୁମ୍ବାଇ: କରୋନା ମହାମାରୀ ବେଳେ ହୋଇଥିବା ଲକଡାଇନ ସମୟରେ ଯଦି କେହି  ଚର୍ଚ୍ଚାରେ ରହିଛନ୍ତି, ତେବେ ସେ ହେଉଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ଲକଡାଉନ ସମୟରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ଯଥା ସମ୍ଭବ ସହାଯ୍ୟ କରିଥିଲେ। ଏଥିପାଇଁ ସାରା ଦେଶର ଲୋକେ ତାଙ୍କର ଭୁରି ଭୁରି ପ୍ରଶଂସା କରିଥିଲେଏବେ ମଧ୍ୟ, ବହୁ ଲୋକ ଟ୍ୱିଟର୍ ଜରିଆରେ ଅଭିନେତାଙ୍କୁ ସାହାଯ୍ୟ ମାଗୁଛନ୍ତି। ସୋନୁ ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି ଏବଂ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କିଛି ଟ୍ୱିଟର ବ୍ୟବହାରକାରୀ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ସୋନୁଙ୍କୁ ଅଦ୍ଭୁତ ପ୍ରକାରର ସାହାଯ୍ୟ ପାଇଁ ଗୁହାରି କରୁଛନ୍ତି। ସୋନୁ ମଧ୍ୟ ସେମାନଙ୍କୁ ଜବରଦସ୍ତ ଢଙ୍ଗରେ ଉତ୍ତର ଦେଇଛନ୍ତି।

ନିକଟରେ ଟ୍ୱିଟରରେ ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ୍ କରି ତାଙ୍କ ଜନ୍ମଦିନକୁ ଶାହାରୁଖ ଖାନଙ୍କ ଜନ୍ମଦିନ ଭଳି କରିଦେବାକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ‘ସୋନୁ ସାର୍, ମୋ ଜନ୍ମଦିନ ନଭେମ୍ବର ୫ ତାରିଖରେ ଅଛି। ଏମିତି ହିଁ ବୁର୍ଜ ଖଲିଫାରେ ସେଲେବ୍ରେଟ୍ କରେଇଦିଅ।’ ତେବେ ସୋନୁ ମଧ୍ୟ ଏହାର ବେଶ୍ ଭଲ ଜବାବ ଦେଇଛନ୍ତି। ସେ ଲେଖିଛନ୍ତି, ” ତୁମର ଜନ୍ମଦିନ ମାତ୍ର ୩ ଦିନ ବିଳମ୍ବିତ ହୋଇଗଲା ଭାଇ। ଭଲଭାବରେ ଟିକିଏ ପ୍ରିଶ୍ରମ କର ଓ ଜୀବନରେ ନାମ ଅର୍ଜନ କର ଏବଂ ଦେଖିବ, ବୁର୍ଜ ଖଲିଫା କ’ଣ ଦୁନିଆ ତୁମ ନାଁ ଆକାଶରେ ଲେଖିଦେବ।’ ସୋନୁଙ୍କ ଏହି ରିପ୍ଲାଇରେ ଲୋକମାନେ ବହୁତ ପ୍ରତିକ୍ରିୟା ଦେଉଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଶାହରୁଖ ଖାନ ତାଙ୍କର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇ କିଙ୍ଗ୍‌ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଏକ ଜବରଦସ୍ତ ଲାଇଟ୍ ଶୋ’ ଓ ମ୍ୟୁଜିକ୍‌ ସହ ବେଶ୍‌ ଧୂମ୍‌ଧାମ୍‌ରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ‘ବୁର୍ଜ ଖଳିଫା’ରେ ଶାହାରୁଖ୍‌ଙ୍କ ନାଁ ସହ ଫଟୋ ବି ଦେଖିବାକୁ ମିଳିଥିଲା।

The post ସୋନୁଙ୍କୁ ଫ୍ୟାନଙ୍କ ନିବେଦନ: ‘ଶାହାରୁଖଙ୍କ ଭଳି ମୋ ଜନ୍ମଦିନ ପାଳନ କର’ appeared first on Odisha Reporter.



from Odisha Reporter https://ift.tt/34WRTgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages