ପୁଣି ଓଟିଭି କର୍ମଚାରୀଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ପୁଣି ଓଟିଭି କର୍ମଚାରୀଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ପୋଲିସ ନିର୍ଯାତନାର ଆଉ ଏକ ଘଟଣା  ଗତରାତିରେ ଦେଖିବାକୁ ମିଳିଛି।  ଗତ କାଲି ରାତି ଅଧିଆ ପୁଲିସ୍‌ ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି । ପେଶାଗତ ଅପରାଧୀଙ୍କ ଭଳି ପୁଲିସ୍‌ ତାଙ୍କୁ ହଠାତ ସେଠାରୁ ଉଠାଇ ନେବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ଉପସ୍ଥିତ ଅନ୍ୟ କର୍ମଚାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ ୧୫ରୁ ୨୦ ଜଣ ପୁଲିସ୍‌ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ । ଏହାପରେ   ପୁଲିସ୍‌ ତାଙ୍କୁ ହଠାତ ସେଠାରୁ ଜୋର ଜବରଦସ୍ତ ଭାବେ ଉଠାଇ ନେଇଥିଲା । ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳୁଛି ।

ତେବେ ପୂର୍ବରୁ ଏହି ମାମଲାରେ ପୁଲିସ୍‌ର ନୋଟିସ ମୁତାବକ ଅନିରୁଦ୍ଧ ଏକାଧିକ ବାର ହାଜର  ହେବା ସହ ତଦନ୍ତ ପ୍ରକ୍ରିୟାରେ ପୁଲିସ୍‌କୁ  ସମସ୍ତ ପ୍ରକାର ସହଯୋଗ କରି ଆସିଛନ୍ତି । ଏହା ସତ୍ତ୍ୱେ  ଯେଉଁଭଳି ଢଙ୍ଗରେ ରାତି ଅଧିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଭଳି ଢଙ୍ଗରେ ପୁଲିସ୍‌ ତାଙ୍କୁ ଉଠାଇ ନେଲା ଏଥିରୁ ପୁଲିସ୍‌ ଆକ୍ରୋଶମୂଳକ ଭାବେ କାମ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି।

The post ପୁଣି ଓଟିଭି କର୍ମଚାରୀଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/2JWDTeJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages