କୋଭିଡ଼ କଟକଣାରେ ଆରମ୍ଭ ହେଲା ଭୋଟ ଗଣତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

କୋଭିଡ଼ କଟକଣାରେ ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କୋଭିଡ କଟକଣା ସହ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ।

ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାଯାଇଛି।

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ଆରମ୍ଭ ହୋଇଥିବା ବେଳେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ ଗଣତି ।

ତିର୍ତ୍ତୋଲରେ ୩୭୩ ଓ ବାଲେଶ୍ୱରେ ୩୪୬ଟି ବୁଥ୍ ରହିଛି । ତେବେ ଗଣତି ଶେଷରେ ପ୍ରତି ନିର୍ବାଚନମଣ୍ଡଳୀର ଯେକୌଣସି ୫ଟି ବୁଥ୍‌ରେ ଭିଭିପ୍ୟାଟ୍‌ ଗଣନା କରାଯିବ ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

The post କୋଭିଡ଼ କଟକଣାରେ ଆରମ୍ଭ ହେଲା ଭୋଟ ଗଣତି appeared first on Odisha Reporter.



from Odisha Reporter https://ift.tt/3eHhWLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages