୮ଟାରୁ ଗଣତି ଆରମ୍ଭ, ଫଳାଫଳ ଆଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

୮ଟାରୁ ଗଣତି ଆରମ୍ଭ, ଫଳାଫଳ ଆଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କୋଭିଡ୍ ଗାଇଡ୍ ଲାଇନ୍ ସହ  ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ଥିବା ବେଳେ ଫଳାଫଳ ଆଜି ପ୍ରକାଶ ପାଇବ।

ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିବ । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି ।

ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ରହିବେ । ସକାଳ ୮ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇ ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ହେବ। ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ ଗଣତି ।

ତିର୍ତ୍ତୋଲରେ ୩୭୩ ଓ ବାଲେଶ୍ୱରେ ୩୪୬ଟି ବୁଥ୍ ରହିଛି । ତେବେ ଗଣତି ଶେଷରେ ପ୍ରତି ନିର୍ବାଚନମଣ୍ଡଳୀର ଯେକୌଣସି ୫ଟି ବୁଥ୍‌ରେ ଭିଭିପ୍ୟାଟ୍‌ ଗଣନା କରାଯିବ ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

 

 

The post ୮ଟାରୁ ଗଣତି ଆରମ୍ଭ, ଫଳାଫଳ ଆଜି appeared first on Odisha Reporter.



from Odisha Reporter https://ift.tt/3ljOlL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages