ଆମେରିକା ଏବଂ ଇସ୍ରାଏଲ ମନଗଢ଼ା ଖବର ତିଆରି କରୁଛନ୍ତି : ଇରାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ଆମେରିକା ଏବଂ ଇସ୍ରାଏଲ ମନଗଢ଼ା ଖବର ତିଆରି କରୁଛନ୍ତି : ଇରାନ

ତେହରାନ: ଆମେରିକାର ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଥିଲା ଯେ ଅଲକାଏଦାର ଦ୍ୱିତୀୟ କମାଣ୍ଡର ଅବୁ ମହମ୍ମଦ ଅଲ-ମଶରୀ ହତ୍ୟାର ଶିକାର ହୋଇଛି। ଅଗଷ୍ଟ ୭ରେ ଇରାନରେ ଥିବା ଇସ୍ରାଏଲର ଗୁଇନ୍ଦା ‘ମୋସାଦ’ ଦ୍ୱାରା ଅଲ୍-ମଶରୀର ହତ୍ୟାର ଶିକାର ହୋଇଛି। ତିନି ମାସ ପରେ ଆମେରିକାର ଏହି ଖବର କାଗଜ ଏଭଳି ଖବର ପ୍ରକାଶ କରିଥିଲା। ଏବେ ଏହି ଖବରକୁ ମନଗଢ଼ା ବୋଲି କହିଛି ଇରାନର ବୈଦେଶିକ ମନ୍ତ୍ରାଳୟ।

ଶନିବାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ସୟଦ ଖତିବଜାଦେହ କହିଛନ୍ତି ଯେ ପାଶ୍ଚାତ୍ୟ ଗଣମାଧ୍ୟମର ଯେଉଁ ଖବର ପ୍ରକାଶ ପାଇଛି ସେଥିରେ କୌଣସି ପ୍ରମାଣ ନାହିଁ। ଆମେରିକା ଏବଂ ଇସ୍ରାଏଲର ମିଳିମିଶି ଏହି ମନଗଢ଼ା କାହାଣୀ ଛାପିଛନ୍ତି। ସେହିପରି ଆମେରିକା ଅଧିକାରୀଙ୍କ ଅଭିଯୋଗ ମିଥ୍ୟା ଏବଂ ଦେଶରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ମଧ୍ୟ ଇରାନ ଖଣ୍ଡନ କରିଛି।

ଆମେରିକା ଗଣମାଧ୍ୟମ କହିଥିଲା ଯେ ତିନି ମାସ ତଳେ ଇରାନର ତେହେରାନରେ ଦୁଇ ବାଇକ ଚାଳକ ରାସ୍ତାରେ ଯାଉଥିବା ବେଳେ ଅଲ୍-ମଶରୀକୁ ହତ୍ୟା କରିଛନ୍ତି। ଅଲ୍ ମଶରୀ ସହ ତାର ଝିଅ ତଥା ମୃତ ଅଲକାଏଦା ଆତଙ୍କବାଦୀ ଲାଡେନର ବୋହୂର ମଧ୍ୟ ହତ୍ୟର ଶିକାର ହୋଇଛି। ଲାଡେନର ପୁଅ ହାମଜା ବିନ୍ ଲାଡେନର ପୂର୍ବରୁ ମୃତ୍ୟୁ ବରଣ କରି ସାରିଛି।

ତେବେ ଇସ୍ରାଏଲ ଗୁଇନ୍ଦା ଅଧିକାରୀ ଅଲ୍ ମଶରୀକୁ ହତ୍ୟା କରିବା ପଛରେ ଆମେରିକାର ଭୂମିକା ରହିଛି କି ନାହିଁ ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ, ୧୯୯୮ ମସିହାରେ କେନିଆ ଏବଂ ତାନେଞ୍ଜିନିଆରେ ଥିବା ଆମେରିକା ଦୂତାବାସ ଉପରେ ଅଲ୍-କାଏଦା ବୋମା ବିସ୍ଫୋରଣ କରିଥିଲା। ଏଥିରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ। ଏହି ବୋମା ବିସ୍ଫୋରଣ ପଛର ମାଷ୍ଟରମାଇଣ୍ଡ ଅଲ୍-ମଶରୀ ଥିଲା।

The post ଆମେରିକା ଏବଂ ଇସ୍ରାଏଲ ମନଗଢ଼ା ଖବର ତିଆରି କରୁଛନ୍ତି : ଇରାନ appeared first on Odisha Reporter.



from Odisha Reporter https://ift.tt/36G4hRo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages