ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୋରି ହେଲା ବରମୁଣ୍ଡାରୁ। ଧରାପଡ଼ିଲା ବ୍ରହ୍ମପୁରରରୁ। ହେଲେ ଧରାପଡ଼ିତନପି ଚୋର। ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ କରାଯାଛି। ବସ୍ଟିକୁ ବଡ଼ ବଜାର ପୁଲିସ ଠାବ କରିଛି। ଅନ୍ୟପଟେ ଚୋର ଧରାପଡ଼ି ନଥିଲେ ବି ବସ୍ଟିକୁ ବ୍ରହ୍ମପୁର ପୁଲିସ ଜଗିରହିଛି। ବସ୍ଟିକୁ ଚୋରି କରି କବାଡ଼ିଆ ଦୋକାନରେ ବିକିବାକୁ ମସୁଧା ହେଉଥିବା ନେଇ ମଧ୍ୟ ସନ୍ଦେହ ହେଉଛି ।
ବସ୍ ମାଲିକଙ୍କ କହିବା ଅନୁଯାୟୀ, ଗତ ୧୩ ତାରିଖ ରାତିରେ ତାଙ୍କର ୫ଟି ଯାକ ବସ୍ ରୁଚିକା ମାର୍କେଟ ପାଖ କାଳୀମନ୍ଦିର ସାମନାରେ ପାର୍କିଂ ହୋଇଥିଲା। ହେଲେ ଭୋରରୁ ଉଠିବାବେଳକୁ ଉକ୍ତ ସ୍ଥାନରେ ଗୋଟିଏ ବସ୍ ନଥିଲା। ଏନେଇ ଖଣ୍ଡଗିରି ଥାନାରେ ସେ ଅଭିଯୋଗ କରିଥିଲେ। ଆଜି ସକାଳେ ବ୍ରହ୍ମପୁର ବଡ଼ ବଜାରରେ ବସ୍ଟି ଛିଡ଼ା ହୋଇଥିବା ନେଇ ତାଙ୍କୁ ଖବର ମିଳିଥିଲା। ତେବେ ବସ୍ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି।
The post ଚୋରି ହେଲା ବରମୁଣ୍ଡାରୁ, ଧରାପଡ଼ିଲା ବ୍ରହ୍ମପୁରରୁ appeared first on Odisha Reporter.
from Odisha Reporter https://ift.tt/35uzcB1
No comments:
Post a Comment