ଆସାମ: ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଆଜି ପ୍ରସିଦ୍ଧ କାମାକ୍ଷା ମନ୍ଦିର ଯାଇଛନ୍ତି । ସେଠାକୁ ଯାଇ ସେ ମା’ଙ୍କ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଙ୍କ ସହ ଗୌହାଟିସ୍ଥିତ କାମାକ୍ଷା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶାହା ।
କାମାକ୍ଷା ମନ୍ଦିର ଦର୍ଶନ ବେଳର କିଛି ଫଟୋକୁ ଅମିତ ଶାହା ନିଚ ଟ୍ୱିଟର ହ୍ୟାଣ୍ଡଲରେ ଶେଆର କରିଛନ୍ତି । ସାଧାରଣ ନାଗରିକଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରିବା ସହ ମା କାମାକ୍ଷା ଦେବୀଙ୍କ ଆଶୀର୍ବାଦ ଗ୍ରହଣ କରିଛି ବୋଲି କହି ଗୃହମନ୍ତ୍ରୀ ନିଜ କ୍ୟାପସନରେ ଉଭୟ ଇଂରାଜୀ ଓ ବେଙ୍ଗଲୀ ଭାଷାରେ ଲେଖିଛନ୍ତି ।
Took blessings at Maa Kamakhya Devi temple and prayed for the wellbeing and prosperity of our citizens.
ঐতিহ্যমণ্ডিত কামাখ্যা মন্দিৰত মা কামাখ্যাৰ শ্ৰীচৰণত সেৱা জনাই সকলোৰে কল্যাণৰ বাবে প্ৰাৰ্থনা জনালোঁ। pic.twitter.com/Hl0cE3SXu2
— Amit Shah (@AmitShah) December 27, 2020
କାମାକ୍ଷା ମନ୍ଦିର ଦର୍ଶନ ପରେ ଗୌହାଟିରୁ ମଣିପୁର ଯିବେ ଅମିତ ଶାହା । ସଠାକାର ରାଜଧାନୀ ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ଶାହା ଯୋଗଦେବେ । ଚୁରାଚନ୍ଦପୁର ମେଡିକାଲ୍ କଲେଜ୍, ଇମ୍ଫାଲ୍ରେ ରାଜ୍ୟ ସରକାରଙ୍କ ଅତିଥିଗୃହ, ନୂଆଦିଲ୍ଲୀର ଦ୍ୱାରକାରେ ମଣିପୁର ଭବନ, ମୁଓଙ୍ଗଖୋଙ୍ଗ୍ରେ ଆଇଆଇଟି, ଇମ୍ଫାଲ୍ରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଏବଂ ‘ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର୍ ସିଟି’ର ଶିଳାନ୍ୟାସ କରିବେ।
ଗତକାଲି ଆସାମ ଗୌହାଟି ଗସ୍ତ କରି ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବିଜେପି ଅମଳରେ ଆସାମରେ ଶାନ୍ତି ଫେରିଛି। ବୋଡୋଲ୍ୟାଣ୍ଡ ଚୁକ୍ତି ପରେ ଯୁବକମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ବୋଲି ଶାହା କହିଥିଲେ।
ବିଜେପି ଶାସନକୁ ଆସିବା ପରେ କେବଳ ଆସାମ ନୁହେଁ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ବି ବିକାଶର ଧାରା ଆରମ୍ଭ ହୋଇଥିବା ଗତକାଲି କହିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ। ସେହିପରି ନୂଆ କୃଷି ଆଇନକୁ ନେଇ ଚାଷୀଙ୍କୁ ଭ୍ରମିତ କରାଯାଉଥିବା ଅଭିଯୋଗ ଆଣି ବିରୋଧୀଙ୍କ ଉପରେ ବର୍ଷିଥିଲେ ଶାହ। ଆସନ୍ତାବର୍ଷ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାହାଙ୍କ ଏହି ଗସ୍ତ ବିଜେପି ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛି।
The post କାମାକ୍ଷ ମନ୍ଦିରରେ ଗୃହମନ୍ତ୍ରୀ ଅମିତ ଶାହା appeared first on Odisha Reporter.
from Odisha Reporter https://ift.tt/3mRxPBJ
No comments:
Post a Comment