ମନ କି ବାତ୍ ବେଳେ ଥାଳି ପିଟିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ମନ କି ବାତ୍ ବେଳେ ଥାଳି ପିଟିଲେ ଚାଷୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତକୁ ଜୋରଦାର ବିରୋଧ । ଥାଳି ପିଟି ବିରୋଧ କଲେ କୃଷକ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଥିବା କୃଷକମାନେ ଆଜି ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ନିଆରା ଢ଼ଙ୍ଗରେ ବିରୋଧ କରିଛନ୍ତି ।

କୃଷକ ସଙ୍ଗଠନ ଏକାଠି ହୋଇ ଥାଳି ବଜାଇଛନ୍ତି ।  କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି । ସିଙ୍ଘୁ ସୀମାରେ ପ୍ରଦର୍ଶନ କରୁଥିବା କୃଷକମାନ ହାତରେ ଥାଳି ଧରି ବଜାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ସାର୍ବଜନୀନ ରୂପେ ବିରୋଧ କରିବା ନେଇ କୃଷକ ସଙ୍ଗଠନ ଘଷୋଣା କରିଥିଲା ।

ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ହେବ ଦିଲ୍ଲୀର ବିଭିନ୍ନ ସୀମରେ ଆନ୍ଦୋଳନରେ ବସିଥିବା ଚାଷୀ ଶେଷରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପଇଁ ରାଜି ହୋଇଛନ୍ତି । ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଏ ନେଇ ସୂଚନା ଦେଇଛି। ଗତକାଲି କୃଷକ ମୋର୍ଚାର ବୈଠକ ବସିଥିଲା। ବୈଠକରେ ସରକାରଙ୍କ ସହ ପୁନର୍ବାର ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବା ସଙ୍ଗଠନର ନେତା ସାମ୍ବଦିକ ସମ୍ମିଳନୀରେ କହିଛନ୍ତି।

The post ମନ କି ବାତ୍ ବେଳେ ଥାଳି ପିଟିଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/2WN8qi3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages