ଦ୍ୱିତୀୟ ଦିନରେ ବି ରହିଲା ଟିମ୍‌ ଇଣ୍ଡିଆର ଦବଦବା, ଆଜିଙ୍କ୍ୟ ରାହାଣେଙ୍କୁ ଅଟକାଇ ପାରିଲାନି ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଦ୍ୱିତୀୟ ଦିନରେ ବି ରହିଲା ଟିମ୍‌ ଇଣ୍ଡିଆର ଦବଦବା, ଆଜିଙ୍କ୍ୟ ରାହାଣେଙ୍କୁ ଅଟକାଇ ପାରିଲାନି ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଯାଇଛି। ବର୍ଷା ହେବା ଯୋଗୁ ସମୟ ପୂର୍ବରୁ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା। ତେବେ ଆଜି ଦ୍ୱିତୀୟ ଦିନରେ ବି ଭାରତୀୟ ଟିମ୍‌ର ଦବଦବା ଜାରି ରହିଥିଲା। ଦଳ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍ ହରାଇ ୨୭୭ ରନ୍ କରିଥିବା ବେଳେ ୮୨ ରନ୍‌ର ଅଗ୍ରଣୀ ହାସଲ କରିଛି।ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡ଼େଜା ଅପରାଜିତ ଅଛନ୍ତି ଓ ଆସନ୍ତାକାଲି ଦଳର ପ୍ରଥମ ଇନିଂସକୁ ଆଗେଇ ନେବେ।

ଗତକାଲି ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଗତକାଲି ଖେଳ ଶେଷ ସୁଦ୍ଧା ଦଳ ମୟଙ୍କ ଅଗ୍ରୱାଲଙ୍କୁ ହରାଇ ୩୬ ରନ୍ କରିଥିଲା। ଆଜି ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ଆଉଟ ହୋଇଯିବା ପରେ ପୁଣି ବିପର୍ଯ୍ୟୟ ଘଟିବ ବୋଲି ଆଶଙ୍କା କରିଥିଲେ ଭାରତୀୟ କ୍ରିକେଟ୍ ପ୍ରେମୀ। କିନ୍ତୁ ଗିଲ୍ ଓ ପୂଜାରା ଆଉଟ୍ ହେବା ପରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ଓ ସଫଳ ହୋଇଥିଲେ। ହନୁମା ବିହରୀ ଓ ଋଷଭ ପନ୍ଥ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠି ନଥିଲେ ବି ଧୈର୍ଯ୍ୟ ହରାଇ ନଥିଲେ ରାହାଣେ। ରବୀନ୍ଦ୍ର ଜାଡ଼େଜାଙ୍କ ସହ ୧୦୦ ରନ୍‌ର ପାର୍ଟନରଶିପ କରିବା ସହିତ ନିଜେ ଶତକ ମାରିଥିଲେ।

ରାହାଣେ ୨୦୦ଟି ବଲ୍‌ରୁ ୧୦୪ ରନ୍ କରି ଅପରାଜିତ ରହିଛନ୍ତି। ଏଥି ମଧ୍ୟରେ ୧୨ଟି ଚୌକା ରହିଛି। ସେହିପରି ରବୀନ୍ଦ୍ର ଜାଡ଼େଜା ୧୦୪ଟି ବଲ୍‌ରୁ ଗୋଟିଏ ଚୌକା ସହାୟତାରେ ୪୦ ରନ୍ କରିଛନ୍ତି।

ଶୁବମନ ଗିଲ୍ ୪୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୧୭, ହନୁମା ବିହାରୀ ୨୧ ଓ ଋଷଭ ପନ୍ଥ ୨୯ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ନାଥନ ଲିୟନ ଗୋଟିଏ ୱିକେଟ୍ ନେଇଛନ୍ତି।

The post ଦ୍ୱିତୀୟ ଦିନରେ ବି ରହିଲା ଟିମ୍‌ ଇଣ୍ଡିଆର ଦବଦବା, ଆଜିଙ୍କ୍ୟ ରାହାଣେଙ୍କୁ ଅଟକାଇ ପାରିଲାନି ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/3prLkdi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages