ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ମଣ୍ଡୁଆ ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି।
ମୃତ ନାବାଳକ ହେଲେ ଶ୍ରୀକାନ୍ତ ରାଉତ। ତାଙ୍କୁ ୧୩ ବର୍ଷ ହୋଇଥିଲା। ଗୁରୁତର ଆହତ ହୋଇଥିବା ନାବାଳକଙ୍କ ନାଁ ଚନ୍ଦନ ସାହୁ (୧୭)।
ଶ୍ରୀକାନ୍ତ ଓ ଚନ୍ଦନ ଗତକାଲି ରାତିରେ ଶୌଚ ପାଇଁ ଗାଁ ନିକଟ ପଡ଼ିଆକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଚନ୍ଦନର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ଗୁରୁତର ନାବାଳକଙ୍କୁ ଆର୍ଥିକ ସହାୟତା ଦାବିରେ ଗ୍ରାମବାସୀ ଛେଣ୍ଡିପଦା ରେଞ୍ଜ ଅଫିସ ଘେରାଉ କରିଛନ୍ତି।
The post ହାତୀ ଆକ୍ରମଣରେ ଜଣେ ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର appeared first on Odisha Reporter.
from Odisha Reporter https://ift.tt/38tOdmI
No comments:
Post a Comment