ବେଜିଂ: ଆମେରିକାକୁ ପଛରେ ପକାଇ ଚାଇନା ବିଶ୍ୱର ସବୁଠାରୁ ଆର୍ଥିକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ। ୨୦୨୮ ସୁଦ୍ଧା ଚାଇନା ଏହି ସ୍ଥାନରେ ପହଞ୍ଚି ଯିବ। କରୋନା ମହାମାରୀ ଯୋଗୁ ଆମେରିକା ସମେତ ସବୁ ରାଷ୍ଟ୍ର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ହେଲେ ଅନ୍ୟ ଦେଶ ବିଶେଷ କରି ଆମେରିକା ତୁଳଦାରେ ଚାଇନା ବେଶ ଦ୍ରୁତଗତିରେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାରେ ସକ୍ଷମ ହେଉଛି।
ତେଣୁ ୨୦୨୮ ସୁଦ୍ଧା ଆମେରିକାକୁ ପଛରେ ପକାଇ ଚାଇନା ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ହେବାର ମାନ୍ୟତା ପାଇବ। ପୂର୍ବରୁ ୨୦୩୩ରେ ଚାଇନା ଏଭଳି କୀର୍ତ୍ତିମାନ ସ୍ଥାପନ କରିବ ବୋଲି ଆକଳନ କରାଯାଇଥିଲେ। ହେଲେ ଏବେ Centre for Economics and Business Research ତା’ର ବାର୍ଷିକ ରିପୋର୍ଟରେ ଅଲଗା ଆକଳନ କରିଛି।
ରିପୋର୍ଟରେ କୁହାଯାଇଛି ଯେ ଆମେରିକା ଓ ଚାଇନା ମଧ୍ୟରେ ସର୍ବଦା ଆର୍ଥିକ ଯୁଦ୍ଧ ଲାଗି ରହିଥାଏ। ଏହାଦ୍ୱାରା ବିଶ୍ୱର ଅର୍ଥନୀତି ମଧ୍ୟ ଆକଳନ କରାଯାଏ। ତେବେ କରୋନା ସଂକ୍ରମଣ ଓ ଏହାଦ୍ୱାରା ଆର୍ଥିକ ସ୍ଥିତି ଆମେରିକାକୁ ଦୋହଲାଇ ଦେଇଛି। ଏବେ ଏହି ଆର୍ଥିକ ଯୁଦ୍ଧର ରେଜଲ୍ଟ ଚାଇନା ସପକ୍ଷରେ ଯିବାକୁ ଲାଗିଛି।
କରୋନା ସଂକ୍ରମଣକୁ ପ୍ରତିହତ କରିବା, ଅଧିକ ସଂକ୍ରମଣ ପୂର୍ବରୁ ଲକଡାଉନ ଲାଗୁ କରିବା ଓ ୱେଷ୍ଟ ମିଣ୍ଟ ଚାଇନାରେ ଦୀର୍ଘ ମିଆଦି ଅଭିବୃଦ୍ଧି ଯୋଗୁ ଚାଇନାର ଆର୍ଥିକ ସ୍ଥିତି ଶୀଘ୍ର ସୁଧୁରି ଯାଇଛି। ୨୦୨୧ରୁ ୨୦୨୫ ଭିତରେ ଚାଇନାର ପ୍ରତିବର୍ଷ ହାରାହାରି ଆର୍ଥିକ ଅଭିବୃଦ୍ଧି ୫.୭% ରହିପାରେ । ଏହାପରେ ୨୦୨୬-୨୦୩୦ ମଧ୍ୟରେ ଚାଇନାର ପ୍ରତିବର୍ଷ ଅର୍ଥନୀତି ଅଭିବୃଦ୍ଧି ୪.୫%କୁ ଖସି ଆସିବ।
ଅନ୍ୟପକ୍ଷରେ ଆମେରିକା କଥା ବିଚାରକୁ ନେଲେ କରୋନା ଯୋଗୁ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦେଶର ଅର୍ଥନୀତି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ୨୦୨୧ରେ ମଧ୍ୟ ଏହାର ପ୍ରଭାବ ଆମେରିକା ଉପରେ ରହିବ। ୨୦୨୨ରୁ ୨୦୨୪ ଯାଏ ଆମେରିକାର ପ୍ରତିବର୍ଷ ଆର୍ଥିକ ଅଭିବୃଦ୍ଧି ୧.୯%କୁ ଖସି ଆସିବ। ଏହାପରେ ଅଭିବୃଦ୍ଧି ହାର ୧.୬% ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି। ଯଦି ରିପୋର୍ଟର ଆକଳନ ସତ ହେଲା, ତା’ହେଲେ ଆମେରିକା ତୁଳନାରେ ଚାଇନା ଯଥେଷ୍ଟ ଆଗକୁ ଚାଲିଯିବ।
୨୦୩୦ ମଧ୍ୟ ଭାଗ ଯାଏ ଜାପାନ ବିଶ୍ୱର ତୃତୀୟ ଧନୀ ରାଷ୍ଟ୍ର ଭାବେ ପରିଗଣିତ ହେବ। ଏହାପରେ ଭାରତ ଏହାକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଚାଲିଯିବ ଓ ଜର୍ମାନୀ ୪ର୍ଥରୁ ୫ମକୁ ଖସି ଆସିବ। ୨୦୨୪ ପରେ ବ୍ରିଟେନ୍ ଏହି ତାଲିକାର ୫ରୁ ଖସି ୬ଷ୍ଠରେ ରହିବ।
ୟୁରୋପିଅନ ୟୁନିଅନର ସିଙ୍ଗଲ ମାର୍କେଟରୁ ବାହାରକୁ ଆସି ୨୦୨୧ରେ ପ୍ରଭାବିତ ହେବାକୁ ଥିବା ବ୍ରିଟେନ ଅର୍ଥନୀତି କିନ୍ତୁ ଫ୍ରାନ୍ସ ତୁଳନାରେ ଭଲ ରହିବ। ବ୍ରିଟିଶର ଜିଡିପି ୨୦୩୫ ଯାଏ ଫ୍ରାନ୍ସ ତୁଳନାରେ ଅଧିକ ରହିବ ବୋଲି ରିପୋର୍ଟରେ କୁହାଯାଇଛି।
The post ବିଶ୍ୱର ସବୁଠାରୁ ବଡ଼ ଧନୀ ରାଷ୍ଟ୍ର ହେବ ଚାଇନା, ଆମେରିକା ବି ପଛରେ ପଡ଼ିବ! appeared first on Odisha Reporter.
from Odisha Reporter https://ift.tt/37OpGcW
No comments:
Post a Comment