ଜେଲ୍‌ ଅନ୍ତେବାସୀଙ୍କ ହାତରେ ହୀରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 25, 2020

ଜେଲ୍‌ ଅନ୍ତେବାସୀଙ୍କ ହାତରେ ହୀରା

ଅହମ୍ମଦାବାଦ: ଜେଲ୍‌ ଅନ୍ତେବାସୀଙ୍କ ହାତରେ ହୀରା । ଏହା ଅବିଶ୍ୱାସ ଲାଗୁଥିଲେ ବି କଥାଟା ପୂରେ ସତ। ହତ୍ୟା ଭଳି ସଂଗୀନ  ଅଭିଯୋଗ ସହ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ସଜ୍ଜା କାଟୁଥିବା କଏଦୀ ଏବେ କରୁଛନ୍ତି ହୀରା ପଲିସ୍‌। ଏହାଦ୍ୱାରା କିଛି ପଇସା ରୋଜଗାର କରି ସେମାନେ ନିଜ ପରିବାରକୁ ସାହାଯ୍ୟ ମଧ୍ୟ କରିପାରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି  ଗୁଜରାଟ ସୁରତର ଲାଜପୋର ଜେଲ୍ ପରିସରରେ।

ଏହି ଜେଲ୍‌ରେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ସଜ୍ଜା କାଟୁଥିବା କଏଦୀ ଅଛନ୍ତି।  ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ରୋଜଗାର ଦେବା ପାଇଁ ଜେଲ କର୍ତ୍ତୃପକ୍ଷ ନେଇଛନ୍ତି ନିଆରା ପଦକ୍ଷେପ ।

ପ୍ରାଥମିକ ପର୍ଯ୍ୟାୟରେ କିଛି ଜେଲ୍‌ ଅନ୍ତେବାସୀଙ୍କୁ ହୀରା କଂପାନୀମାନଙ୍କ ଦ୍ୱାରା ତାଲିମ ଦିଆଯାଇଥିଲା । କିଛି ଦିନ ପରେ ସେମାନେ ହୀରା ପଲିସ କରିବାରେ ନିପୁଣ ହୋଇଯାଇଥିଲେ । ଏଥିସହ ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ସେମାନେ ତାଲିମ ଦେଇଥିଲେ  ।  ହୀରା ପଲିସ୍‌ କରି କଏଦୀମାନେ ଭଲ ପଇସା ରୋଜାଗାର କରିପାରୁଛନ୍ତି । ଜେଲ୍‌ ଅନ୍ତେବାସୀଙ୍କ ଲାଗି ଏଭଳି ରୋଜଗାର ବାଟ ଫିଟାଇଛନ୍ତି କେତେକ ହୀରା କମ୍ପାନୀ  ।

ଏ ସମ୍ପର୍କରେ ଲାଜପୋର ଜେଲ୍‌ ଏସପି ମନୋଜ ନିନାମା କହିଛନ୍ତି, ଏହି ଜେଲ୍‌ରେ ଥିବା ୪୫ କଏଦୀଙ୍କୁ ଆତ୍ମନିର୍ଭର କରିବା ନିମନ୍ତେ ପଦକ୍ଷେପ ନେଉଛୁ। ପ୍ରଥମେ କେତେକ କଏଦୀଙ୍କୁ ହୀରା କମ୍ପାନୀଙ୍କ ଦ୍ୱାରା ହୀରା ପଲିସ୍‌ ନିମନ୍ତେ ଟ୍ରେନିଂ ଦିଆଗଲା। ଏହାଦ୍ୱାରା ସେମାନେ ସ୍ୱାବଲମ୍ବୀ ହୋଇପାରିବା ସହ ଅନ୍ୟ କଏଏଦୀଙ୍କୁ ଟ୍ରେନିଂ ଦେଲେ।

ଏବେ ପ୍ରତ୍ୟେକ ଦିନ ବିଭିନ୍ନ ହୀରା କଂପାନୀ ପକ୍ଷରୁ ଅନ୍ତେବାସୀଙ୍କୁ ହୀରା ଯୋଗାଇ ଦିଆଯାଉଛି । ସେମାନେ ସେଗୁଡିକୁ ପଲିସ କରି ସନ୍ଧ୍ୟା ପୂର୍ବରୁ କଂପାନୀ ଅଧିକାରୀମାନଙ୍କୁ ଫେରାଇ ଦେଉଛୁ। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳୁଛି । ହୀରା ପଲିସ ବେଳେ ଅନ୍ତେବାସୀଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯାଇଛି  ।

ଏନେଇ ବିଜୟ ଭାନ୍ ନାମକ ଅନ୍ତେବାସୀ କହିଛନ୍ତି, ହୀରା ପଲିସ୍‌ ଶିଖିବା ଦ୍ୱାରା ଆମେ ଏବେ ଜେଲ୍‌ରେ ଥାଇ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛୁ। ଏହାଦ୍ୱାରା ନିଜ ଖର୍ଚ୍ଚ ଉଠିଯିବା ସହ ପରିବାରକୁ ମଧ୍ୟ ସହାୟତା ଯୋଗାଇ ପାରୁଛୁ । ନଚେତ ସେମାନେ ବହୁତ ହଇରାଣ ହୋଇଥାନ୍ତେ। ଏବେ କିଛିଟା ସାହାଯ୍ୟ ମିଳିଯାଉଛି।

The post ଜେଲ୍‌ ଅନ୍ତେବାସୀଙ୍କ ହାତରେ ହୀରା appeared first on Odisha Reporter.



from Odisha Reporter https://ift.tt/2WJ2GpF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages