ଲଣ୍ଡନ: ସମୟ ବିତିବା ସହ ରୂପ ବଦଳାଇ ଲୋକଙ୍କୁ ସଂକ୍ରମଣ କରିବାରେ ଲାଗିଛି ମହାମାରୀ କରୋନା ଭାଇରସ। ପୂର୍ବରୁ ବ୍ରିଟେନ୍ରେ କରୋନାର ନୂଆ ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଏକ ଷ୍ଟ୍ରେନ୍ ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି ନୂଆ ଷ୍ଟ୍ରେନ୍ ମଧ୍ୟ ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି। ବ୍ରିଟେନ୍କୁ କରୋନାର ଏହି ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକୋକ୍ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ ଦେଶରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍ ଯୋଗୁ ଦ୍ରୁତଗତିରେ ସଂକ୍ରମଣ ବଢ଼ିବାରେ ଲାଗିଛି।
ଏବେ ହାନକୋକ କହିଛନ୍ତି, ଆମେ ଦୁଇ ଜଣଙ୍କ ଲୋକଙ୍କ ଶରୀରରେ କରୋନାର ଆଉ ଗୋଟିଏ ନୂଆ ରୂପ ଠାବ କରିଛୁ। ଏହା ମଧ୍ୟ ଦ୍ରୁତଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରିବାର କ୍ଷମତା ରଖିଛି। ଉଭୟ ପଜିଟିଭ କେସ୍ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।
ବ୍ରିଟେନ୍ ପୂର୍ବରୁ ୭୦% ଅଧିକ ବେଗ୍ରେ ଲୋକଙ୍କୁ ସଂକ୍ରମଣ କରୁଥିବା କରୋନାର ଷ୍ଟ୍ରେନ ସହ ଲଢ଼େଇ କରୁଥିବା ବେଳେ ଏବେ ଆଉ ଏକ ନୂଆ ରୂପ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏବେ ଦକ୍ଷିଣ ଆଫ୍ରିକା ଲିଙ୍କରେ ଠାବ ହୋଇଥିବା ଷ୍ଟ୍ରେନ୍କୁ ଯାଞ୍ଚ କରାଯାଉଛି।
ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି କିମ୍ବା ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ନିଜକୁ କ୍ୱାରେଣ୍ଟାଇନ କରିନିଅନ୍ତୁ। କାରଣ ପୂର୍ବ ଷ୍ଟ୍ରେନ ତୁଳନାରେ କରୋନାର ଏହି ନୂଆ ରୂପ ଅଧିକ ବେଗରେ ସଂକ୍ରମିତ କରୁଥିବା ସେ କହିଛନ୍ତି।
The post ରୂପ ବଦଳାଉଛି କରୋନା: ଆଉ ଏକ ନୂଆ ଷ୍ଟ୍ରେନ୍ ଠାବ appeared first on Odisha Reporter.
from Odisha Reporter https://ift.tt/3phJbk8
No comments:
Post a Comment