ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ିଯାଇଛି। ଏପରି ସ୍ଥିତିରେ ବ୍ରିଟେନରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିବା ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି।

ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିବା  ୩୮ ବର୍ଷୀୟ ଜଣେ ଯୁବକ ଏକ ଘରୋଇ ଲ୍ୟାବ୍‌ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହି  ଯୁବକ ଗତ ୧୮ ତାରିଖରେ ଭୁବନେଶ୍ୱର ଫେରିଥିଲେ । କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସରକାରୀ କୋଭିଡ୍  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କଠାରେ ସାମାନ୍ୟ ଫ୍ଲୁ ଭଳି ଲକ୍ଷଣ ଦେଖିବାକୁ ମିଳୁଛି ।

କରୋନା ଭୂତାଣୁ ଷ୍ଟ୍ରେନ୍ ସ୍ପଷ୍ଟ କରିବା ପାଇଁ RMRC ଜରିଆରେ ସ୍ପାଇକ୍ ଜିନୋମ୍ ସିକ୍ୱେନ୍ସିଂ କରାଯିବ । ସରକାରୀ ଗାଇଡଲାଇନ ଅନୁସାରେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ସରିଛି ବୋଲି ସୂଚନା ଦିଆଯାଇଛି ।

ସେପଟେ ବ୍ରିଟେନରୁ ଫେରିଥିବା ଲୋକଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ ବୋଲି କହିଛି ବିଏମ୍‌ସି। ଭାରତରେ ପହଞ୍ଚିଲା ପରେ ନେଗେଟିଭ ରିପୋର୍ଟ ଦେଖାଇନଥିଲେ ସେଠାରୁ ଆସିବାର ୧୪ ଦିନ ମଧ୍ୟରେ କରୋନା ଟେଷ୍ଟ କରାଇବା ଜରୁରୀ ବୋଲି କୁହାଯାଇଛି ।

ସେପଟେ ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହୋଇଛି ନୂଆ SOP। କରୋନା ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଏନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟର୍ମିନାଲ୍ ପରିସରରେ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ କରାଯିବ । ବର୍ତ୍ତମାନ ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଛି ।

The post ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/37N80i9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages