ନିଆଳି (ବିନୟ ମିଶ୍ର): ଫୁଲନଖରା-ନିଆଳି ରାସ୍ତାର କାଳିଆଘାଇ ପୋଲ ନିକଟରେ ଆଜି ସକାଳେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶରତ ଚନ୍ଦ୍ର ଦଳାଇ। ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କ ଘର ନିଆଳି ଥାନା ଅନ୍ତର୍ଗତ ଅଂଳୋ ଗାଁରେ।
ସକାଳ ପ୍ରାୟ ସାଢ଼େ ୬ଟା ବେଳେ ସେ ସାଇକେଲ୍ ଯୋଗେ କାଳିଆଘାଇ ସାପ୍ତାହିକ ହାଟକୁ ଯାଉଥିବା ବେଳେ ଏକ ପରିବା ବୋଝେଇ ଟ୍ରକ୍ ତାଙ୍କୁ ପଛପଟୁ ପିଟି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶରତଙ୍କୁ ଧକ୍କା ଦେବା ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମୃତ ଶରତଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ହମ୍ପ୍ସ ନିର୍ମାଣ କରିବା ଦାବିରେ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଛନ୍ତି।
The post ହାଟକୁ ଯାଉଥିବା ବେଳେ ପିଟି ଦେଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/36JbHoA
No comments:
Post a Comment