ରାଗିଗଲେ ସ୍ୱରା, କହିଲେ- ବିଷ ଓଗାଳୁଛନ୍ତି କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 4, 2020

ରାଗିଗଲେ ସ୍ୱରା, କହିଲେ- ବିଷ ଓଗାଳୁଛନ୍ତି କଙ୍ଗନା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ।  ନିକଟରେ ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଏକ ବିବାଦୀୟ ଟ୍ୱିଟ କରିଥିଲେ । ଏହାପରେ ବି-ଟାଉନର ହଙ୍ଗାମା ଆରମ୍ଭ ହୋଇଛି । କଙ୍ଗନା ଓ କିଛି ସେଲିବ୍ରିଟି ମୁହାଁମୁହିଁ ହୋଇଛନ୍ତି । ବଲିଉଡ ଗାୟକ ଦିଲଜିତ ଦୋସାଞ୍ଜଙ୍କ ପରେ ଏବେ କଙ୍ଗନାଙ୍କୁ ଅଭିନେତ୍ରୀ ସ୍ୱରା ଭାସ୍କର ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ସ୍ୱରା ଭଡକି ଯାଇଛନ୍ତି ।

ଏକ ସାକ୍ଷାତକାରେ ସ୍ୱରା କହିଛନ୍ତି, କୃଷକଙ୍କ ବିରୋଧରେ କଙ୍ଗନା ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିମ୍ନମାନର ଏବଂ ଅପମାନଜନକ । ତାଙ୍କ କାମ ହେଲା କେବଳ ବିଷ ଓଗାଳିବା । ତାଙ୍କର ପ୍ରତି ଟ୍ୱିଟ କୌଣସି ନା କୌଣସି ଏଜେଣ୍ଡା ଦ୍ୱାରା ଅନୁପ୍ରଣିତ ହୋଇଥାଏ । ସେ ବୃଦ୍ଧ ମହିଳାଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତାହା ମୋତେ ଅତ୍ୟନ୍ତ କଷ୍ଟ ଦେଇଛି ବୋଲି ସ୍ୱରା କହିଛନ୍ତି ।

କଙ୍ଗନାଙ୍କ ୧୦୦ ଟଙ୍କିଆ ମନ୍ତବ୍ୟ ଉପରେ ମଧ୍ୟ ସ୍ୱରା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୋହିନ୍ଦର କୌରଙ୍କ ପାଇଁ କଙ୍ଗନା ଯେଉଁ ଭାଷା ବ୍ୟବହାର କରିଛନ୍ତ ତାହା ଅତ୍ୟନ୍ତ ଘୃଣ୍ୟ। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଦିଲଜିତ ସଠିକ ପ୍ରସଙ୍ଗରେ ସ୍ୱର ଉଠାଇ କଙ୍ଗନାଙ୍କ ପାଟି ଚୁପ କରିଦେଇଛନ୍ତି । ଦିଲଜିତ ବେଶ ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, CAA ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ବିଲକିସ୍ ବାନୋଙ୍କ ସହ ମୋହିନ୍ଦର କୌରଙ୍କୁ କଙ୍ଗନା ତୁଳନା କରିଥିଲେ। ଏଥିସହିତ ଥଟ୍ଟା କରି ଲେଖିଥିଲେ ଯେ, ସେ ୧୦୦ ଟଙ୍କା ଦେଲେ ସବୁଠିକୁ ବିକ୍ଷୋଭ କରିବାକୁ ପହଞ୍ଚିଯା’ନ୍ତି। ଏହାପରେ କଙ୍ଗନାକୁ ଏହି ବିବାଦୀୟ ଟ୍ୱିଟକୁ ନେଇ ଜୋରଦାର ଟ୍ୱିଟ ୱାର ଆରମ୍ଭ ହୋଇଛି । ଚାରିଆଡୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

The post ରାଗିଗଲେ ସ୍ୱରା, କହିଲେ- ବିଷ ଓଗାଳୁଛନ୍ତି କଙ୍ଗନା appeared first on Odisha Reporter.



from Odisha Reporter https://ift.tt/3mImvso

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages