ଭାରତର ବିରୋଧ ସତ୍ତ୍ୱେ ପୁଣି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜଷ୍ଟିନ ଟ୍ରୁଡୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 4, 2020

ଭାରତର ବିରୋଧ ସତ୍ତ୍ୱେ ପୁଣି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜଷ୍ଟିନ ଟ୍ରୁଡୋ

ଓଟାଓ୍ୱା: ସୀମା ଟପିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତର ବିରୋଧ ସତ୍ତ୍ୱେ ଚାଷୀ ଆନ୍ଦେଳନ ପ୍ରସଙ୍ଗରେ ଶୁକ୍ରବାର ପୁଣିଥରେ ସେ ମତ ରଖିଛନ୍ତି। ଶୁକ୍ରବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ଆଭିମୁଖ୍ୟ ଦୋହରାଇ କହିଛନ୍ତି ଯେ ବିଶ୍ୱର ଯେକୌଣସି ସ୍ଥାନରେ ଶାନ୍ତିପୂର୍ଣ୍ଣ ବିରୋଧର ଅଧିକାର ତଥା ମାନବିକ ଅଧିକାର ପାଇଁ କାନାଡା ସର୍ବଦା ଛିଡା ହେବ। ଏହା ସହିତ ସେ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଚାଷୀ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେଣୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ କିମ୍ୱା ଅନ୍ୟ ନେତା ମତ ରଖିବା ଠିକ୍ ନୁହେଁ ବୋଲି ଭାରତ କହିଥିଲା। ଏ ନେଇ ଭାରତରେ ଅବସ୍ଥାପିତ କାନାଡାର ରାଜଦୂତଙ୍କୁ ଭାରତ ସରକାର ଚେତାବନୀ ଦେଇଥିଲେ।

ଏମିତିକି ଯଦି କାନାଡା ପ୍ରଧାନମନ୍ତ୍ରୀ ଆଗକୁ ଏଭଳି କରିବେ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ ହୋଇପାରେ ବୋଲି ଭାରତ ଚେତାବନୀ ଦେଇଥିଲା। ହେଲେ କାନାଡାର ପ୍ରଧାନମନ୍ତ୍ରୀଙ୍କ ଉପରେ ଭାରତର ଅସନ୍ତୋଷର କୌଣସି ପ୍ରଭାବ ନାହିଁ ଏବଂ ସେ ପୁଣି ଥରେ ନିଜର ପୁରୁଣା ଆଭିମୁଖ୍ୟ ବଜାୟ ରଖିଛନ୍ତି।

The post ଭାରତର ବିରୋଧ ସତ୍ତ୍ୱେ ପୁଣି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜଷ୍ଟିନ ଟ୍ରୁଡୋ appeared first on Odisha Reporter.



from Odisha Reporter https://ift.tt/39IJb8g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages