କନଷ୍ଟେବଳଙ୍କୁ ଧୋକା ଦେଇ ଫସିଲେ ରସିକିଆ ଡିଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

କନଷ୍ଟେବଳଙ୍କୁ ଧୋକା ଦେଇ ଫସିଲେ ରସିକିଆ ଡିଏସ୍‌ପି

କଳାହାଣ୍ଡି(ରାଜକୁମାର ସିଂହଦେଓ): ପୁଣିଥରେ ଖାକିରେ ଲାଗିଲା କଳଙ୍କ। ଏଥର ପ୍ରେମ, ପ୍ରତାରଣା ପରି ସଙ୍ଗୀନ ଅଭିଯୋଗରେ ଫସିଯାଇଛନ୍ତି ବରିଷ୍ଠ ପୁଲିସ୍‌ ବାବୁ। ଦିନେ ନିଜେ ଯେଉଁ ଥାନା ଦାୟିତ୍ୱରେ ଥିଲେ ଏବେ ସେହି ଥାନାରେ ଅଟକ ରହିଛନ୍ତି ଅଧିକାରୀଜଣକ।

ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କଲେ। ହେଲେ ପରେ ଆଉ ଧରାଛୁଆଁ ଦେଇ ନ ଥିଲେ ପୁଲିସ୍‌ ବାବୁ।  କଥା ଏତିକିରେ ସରି ନ ଥିଲା। ଏହାପରେ ସମ୍ପୃକ୍ତ କନଷ୍ଟେବଳଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିବାର ଅଭିଯୋଗ ମଧ୍ୟ କଲେ। ଏପରି ସଙ୍ଗିନ ଅଭିଯୋଗରେ ମାଲକାନଗିରି DSP ଅକ୍ଷୟ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ୍‌ ।  କନେଷ୍ଟବଳଙ୍କ ଅଭିଯୋଗ ଆଧାରରେ ମାଲକାନଗିରି ଡିଏସପି ଅକ୍ଷୟ ନାୟକଙ୍କୁ କେସିଙ୍ଗା ପୁଲିସ୍‌ ଅଟକ ରଖିଛି ।

କନେଷ୍ଟବଳ ଜଣକ କରିଥିବା ଅଭିଯୋଗ ଅନୁଯାୟୀ, “ଅକ୍ଷୟ ନାୟକ କେସିଙ୍ଗାରେ ଏସ୍‌ଡିପିଓ ଥିବାବେଳେ ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ୫ ବର୍ଷ ପୂର୍ବେ ଦୁହେଁ ମନ୍ଦିରରେ ବିବାହ କରିଥିଲୁ । ମୋତେ ଭଲରେ ରଖିବେ ବୋଲି କଥା ମଧ୍ୟ ଦେଇଥିଲେ। ହେଲେ ପରେ ମାନସିକ, ଶାରୀରିକ ନିର୍ଯାତନା ଆରମ୍ଭ କରିଦେଲେ। ଏପରିକି ଫେସ୍‌ବୁକ ଆକାଉଣ୍ଟକୁ ଯାଇ ଅଲଗା ଯୁବକଙ୍କ ସହ ଫଟୋ ଯୋଡ଼ି  କେସିଙ୍ଗା ମାର୍କେଟରେ ମୋ ପୁଅ, ଝିଅଙ୍କ ସ୍କୁଲକୁ ପଠାଇଲେ।ଏପରି ନିର୍ଯାତନା ଅସହ୍ୟ ହେବାରୁ ନ୍ୟାୟ ପାଇଁ କଳାହାଣ୍ଡି ଏସ୍‌ପିଙ୍କୁ ଗୁହାରୀ କଲି।”

ଏନେଇ ଗତ ଅକ୍ଟୋବର ୨୧ ତାରିଖରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ନିମନ୍ତେ ଗତକାଲି ମାଲକାନଗିରି ଡିଏସ୍‌ପିଙ୍କୁ କେସିଙ୍ଗା ଡକାଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟ ନିମନ୍ତେ ଦାବି କରିଛନ୍ତି ସଂପୃକ୍ତ କନଷ୍ଟେବଳ।  

The post କନଷ୍ଟେବଳଙ୍କୁ ଧୋକା ଦେଇ ଫସିଲେ ରସିକିଆ ଡିଏସ୍‌ପି appeared first on Odisha Reporter.



from Odisha Reporter https://ift.tt/3mvTXBm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages