୧୩ ଦିନ ପରେ ଉଦ୍ଧାର ହେଲେ ଅପହୃତ ଯୁବତୀ, ବନ୍ଧା ହେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

୧୩ ଦିନ ପରେ ଉଦ୍ଧାର ହେଲେ ଅପହୃତ ଯୁବତୀ, ବନ୍ଧା ହେଲେ ଯୁବକ

ଯାଜପୁର(ଗୁଲାମ ଗସ୍): ନିଖୋଜର ଦୀର୍ଘ ୧୩ ଦିନ ପରେ ଉଦ୍ଧାର ହେଲେ ଯୁବତୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଅପୃତହ ହୋଇଥିବା ଯୁବତୀଙ୍କୁ ଗତକାଲି ଜଗତପୁର ଅଞ୍ଚଳରୁ ପୁଲିସ ଉଦ୍ଧାର କରିଛି । ଏଥିସହ ଅପହରଣ କରିଥିବା ଯୁବକ ଅବଦୁଲ ସେହମତ ଖାଁକୁ ପୁଲିସ ଗିରଫ କରିଛି । ଆଜି ସମ୍ପୃକ୍ତ ଯୁବତୀଙ୍କ ଡାକ୍ତରୀମଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରକର୍ଡ ହେବ ।

ସୂଚନା ମୁତାବକ, ଗତ ୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ବ୍ୟାସନଗର ଯାଉଥିଲେ। ମାତ୍ର ବାଟରୁ ତାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ । ଅପହରଣକାରୀ ଯୁବକଜଣକ ବଳପୂର୍ବକ ଭାବେ ଯୁବତୀଙ୍କୁ ବିବାହ କରିବାକୁ ଚେଷ୍ଟା କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଝିଅ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଗତ ୬ ତାରିଖରେ ଯୁବତୀଙ୍କ ପ଼ରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଯୁବତୀ ଓ ତାଙ୍କ ମା’ଙ୍କର ଏକ ଅଡିଓ କ୍ଲିପ ଭାଇରାଲ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା। ଏଥିରେ ଯୁବତୀ ଜଣଙ୍କୁ ଅପହରଣ କରାଯାଇଥିବା ନେଇ ଜଣାପଡିଥିଲା । ଅପରପକ୍ଷେ ଅପହୃତା ଯୁବତୀଙ୍କ ବାପାଙ୍କୁ ଧମକ ଦେବା ଅଭିଯୋଗରେ ପୁଲିସ୍‌ ଗତକାଲି ଅପହରଣକାରୀ ଯୁବକଙ୍କ ପିତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

The post ୧୩ ଦିନ ପରେ ଉଦ୍ଧାର ହେଲେ ଅପହୃତ ଯୁବତୀ, ବନ୍ଧା ହେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3h24HXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages