ଦିଦିଙ୍କ ସମର୍ଥନରେ ବାହାରି କେନ୍ଦ୍ରକୁ ଘେରିଲେ କେଜ୍ରିଓ୍ୱାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ଦିଦିଙ୍କ ସମର୍ଥନରେ ବାହାରି କେନ୍ଦ୍ରକୁ ଘେରିଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କ୍ୟାଡରର ତିନି ଆଇପିଏସଙ୍କୁ କେନ୍ଦ୍ର ଡେପୁଟେସନରେ ଡାକିବା ସହିତ ବିଭାଗ ବାଣ୍ଟିଛି। କେନ୍ଦ୍ରର ଏପରି ନିର୍ଦ୍ଦେଶକୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧ କରିଛି। ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି କହିଛି। ଏବେ ଟିଏମସି ସମର୍ଥନରେ ଓହ୍ଲାଇଛନ୍ତି ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଟ୍ୱିଟର ଜବାବ ଦେଇ ଅରବିନ୍ଦ କହିଛନ୍ତି, ବେଙ୍ଗଲ ପ୍ରଶାସନରେ କେନ୍ଦ୍ରର ହସ୍ତକ୍ଷେପକୁ ନିନ୍ଦା କରୁଛି। ରାଜ୍ୟର ଆଗକୁ ନିର୍ବାଚନ ରହିଛି। ଏହି ସମୟରେ ରାଜ୍ୟର ବିନା ଅନୁମତିରେ କେନ୍ଦ୍ର ତିନି ଆଇପିଏସକୁ ବଦଳି କରିବା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି।

ମମତା ତାଙ୍କ ଟ୍ୱିଟରେ କହିଛନ୍ତି କେନ୍ଦ୍ର ତିନି ଆଇପିଏସକୁ ନିଜ ଇଚ୍ଛାରେ ଡେପୁଟେସନରେ ନେବା ଜରୁରୀକାଳୀନ ବେଳେ ଆଇପିଏସ କ୍ୟାଡରର ଧାରା ୧୯୫୪କୁ ଉଲ୍ଲଂଘନ କରୁଛି।

ଗୁରୁବାର କେନ୍ଦ୍ର ସରକାର ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ନିଯୁକ୍ତ କରିଛନ୍ତି। କେନ୍ଦ୍ରୀୟ ସେବା ନିୟମ (୧) ଅନୁଯାୟୀ ଏହି ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗର କ୍ୟାଡରର ଆଇପିଏସ ଡକ୍ଟର ଭୋଲା ପାଣ୍ଡେଙ୍କୁ ୪ ବର୍ଷ ପାଇଁ ବିପିଆର ଆଣ୍ଡ ଡିର ଏସପି ଭାବରେ ନିଯୁକ୍ତ କରାଯାଇଛି। ପ୍ରବୀଣ ତ୍ରିପାଠୀଙ୍କୁ ଏସଏସବିର ଡିଜି ଭାବରେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ସେହିପରି ରାଜୀବ ମିଶ୍ରଙ୍କୁ ୫ ବର୍ଷ ପାଇଁ ଆଇଟିବିପିର ଆଇଜି ଭାବେ ନିଯୁକ୍ତ କରିଛି କେନ୍ଦ୍ର।

ବିଜେପି ସଭାପତି ଜେପି ନାଡ୍ଡାଙ୍କ କାରକେଡ ଉପରେ ଆକ୍ରମଣ ହୋଇଥିଲା। ସେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ତାଙ୍କ କାରକେଡ ଆକ୍ରମଣର ଶିକାର ହୋଇଥିଲା। ଏହି ତିନି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବାରୁ ଆକ୍ରମଣକାରୀ ସଫଳ ହେଲେ ବୋଲି ଗୃହ ମନ୍ତ୍ରାଳୟ ହୃଦବୋଧ କରିଛି। ତେଣୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଡେପୁଟେସନ ପାଇଁ ନିଷ୍ପତ୍ତି ନେଇଛି।

The post ଦିଦିଙ୍କ ସମର୍ଥନରେ ବାହାରି କେନ୍ଦ୍ରକୁ ଘେରିଲେ କେଜ୍ରିଓ୍ୱାଲ୍ appeared first on Odisha Reporter.



from Odisha Reporter https://ift.tt/3raZOj9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages