ଗିରଫ ହେବେ କି ଆଇପିଏସ ରାଜୀବ କୁମାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଗିରଫ ହେବେ କି ଆଇପିଏସ ରାଜୀବ କୁମାର?

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ସିବିଆଇ। ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ କରିବା ବେଳେ ରାଜୀବ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଅକ୍ଚୋବର ୧, ୨୦୧୯ରେ ରାଜୀବ କୁମାରଙ୍କୁ କୋଲକାତା ହାଇକୋର୍ଟ ଜାମିନ ଦେଇଥିଲେ। ଏବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଦନ୍ତରେ ରାଜୀବ ସହଯୋଗ କରୁନଥିବାରୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ରହିଛି।

ରାଜୀବ କୁମାରଙ୍କୁ ଏହି ମାମଲାରେ ଜେରା କରିବାର ଆବଶ୍ୟକତା ରହିଛି ବୋଲି ସିବିଆଇ କହିଛି। ଆଇପିଏସ ରାଜୀବ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ। ଏହି ଚିଟଫଣ୍ଡ ମାମଲାରେ ଅନେକ ଶାସକ ଦଳର ନେତାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ରହିଛି। ମାମଲାର ତଦନ୍ତ ଏସଆଇଟି କରୁଥିବା ବେଳେ ରାଜୀବ କୁମାର ଏହାର ନେତୃତ୍ୱ ନେଇଥିଲେ। ଏହି ସମୟରେ ରାଜୀବ ଶାସକ ଦଳର ନେତାଙ୍କ ସଂପୃକ୍ତି ଥିବା ପ୍ରମାଣକୁ ନଷ୍ଟ କରାଯାଇଛି ବୋଲି ପୂର୍ବରୁ ସିବିଆଇ କହିଛି।

ତେଣେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି। ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ତେଣୁ କେନ୍ଦ୍ର ସରକାର ସିବିଆଇକୁ ଅସ୍ତ୍ର କରିଛନ୍ତି ବୋଲି ପଶ୍ଚିମବଙ୍ଗର ଟିଏମସି ନେତା ଅଭିଯୋଗ କରିଛନ୍ତି। ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଶାରଦା ଘୋଟଲାରେ ଥିବାରୁ ସେ ବିଜେପିରେ ସାମିଲ୍ ହୋଇଛନ୍ତି ବୋଲି ଟିଏମସି କହିଛି।

The post ଗିରଫ ହେବେ କି ଆଇପିଏସ ରାଜୀବ କୁମାର? appeared first on Odisha Reporter.



from Odisha Reporter https://ift.tt/34Qgm6u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages