ଖୋଲିଲା ଖଣ୍ଡାଧାର ଜଳପ୍ରପାତ, ଭୋଜି ଭାତକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଖୋଲିଲା ଖଣ୍ଡାଧାର ଜଳପ୍ରପାତ, ଭୋଜି ଭାତକୁ ନା

ବଣାଇ(ରଣଜିତ ଚୌଧୁରୀ): ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। କୋଭିଡ କଟକଣା ଯୋଗୁ ଦୀର୍ଘ ମାସ ହେଲା ଘରର ୪ କାନ୍ଥ ମଧ୍ୟରେ ଏକ ଅଜଣା ଭୟରେ ଦିନ କାଟିଥିବା  ଲୋକେ ଏବେ ପ୍ରକୃତିମୁହାଁ ହୋଇଛନ୍ତି। ରାଜ୍ୟରେ ଧିରେ ଧିରେ କୋଭିଡ଼ କଟକଣା ଉଠୁଥିବା ବେଳେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ କଟକଣାମୁକ୍ତ କରାଯାଉଛି।

ଫଳରେ ପୂର୍ବରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିଥିବା ବେଳେ  ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଖଣ୍ଡାଧାର ଜଳପ୍ରପାତ। ସେଠାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ମଜା ନେଇପାରିବେ ପର୍ଯ୍ୟଟକ। ତେବେ ସେଠାରେ ଭୋଜି ଭାତ ମନା । ଫଳରେ ପାହାଡ଼ପ୍ରକୃତି ଘେରା ମନୋରମ ପରିବେଶରେ ବୁଲି ଶେଷରେ ଖାଲି ଖାଲିରେ ଘରକୁ ଫେରିବେ ପର୍ଯ୍ୟଟକ।

ବଣାଇ ଡିଏଫଓ କହିଛନ୍ତି, ଖଣ୍ଡାଧାର ଆସୁଥଇବା ପର୍ଯ୍ୟଟକଙ୍କ ଉପରେ ନଜର ରଖାଯିବ । କାହାକୁ ବି ଏହି  ଅଞ୍ଚଳରେ ଭୋଜିଭାତ କରିବାକୁ ଦିଆଯିବନି। ସେପଟେ ପୂର୍ବ ଭଳି ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଓ ଗାଡି ପାଇଁ ଫି ଆଦାୟ କରାଯିବ।  କରୋନା ପାଇଁ ଦୀର୍ଘ ମାସ ହେବ ଜଳପ୍ରପାତ ବନ୍ଦ ରହିଥିଲା। ଏବେ କରୋନା ପ୍ରକୋପ ସାମାନ୍ୟ କମିବା ପରେ ଧିରେ ଧିରେ ପର୍ଯ୍ୟଟନ ସ୍ଥଳିଗୁଡ଼ିକ ଖୋଲାଯାଉଛି । ପର୍ଯ୍ୟଟନସ୍ଥଳୀରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ।

ସୂଚନାଯୋଗ୍ୟ, ଗତ ୮ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ  ହୋଇଛି।  ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ସ୍ଥାନ କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଓ ସାତକୋଶିଆରେ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ୩ମାସିଆ ପର୍ଯ୍ୟଟନ କାର୍ଯ୍ୟକ୍ରମ ପାଇଁ  ଅନଲାଇନରେ ବୁକିଂ ସୁବିଧା ମଧ୍ୟ ଅଛି। କୋଭିଡ୍ ପ୍ରୋଟୋକଲକୁ ପାଳନ କରି ଏହି ପର୍ଯ୍ୟଟନ କାର୍ଯ୍ୟକ୍ରମ କରାଯିବ । ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ନିମନ୍ତେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ବିବିଧତାକୁ ଅନ୍ୱେଷଣ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବ୍ୟୟବହୁଳ ଇକୋ-ରିଟ୍ରିଟର ସୁବିଧା ନେବା ସାଧାରଣ ପର୍ଯ୍ୟଟକଙ୍କ ପକ୍ଷେ ସମ୍ଭବପର ହୋଇନଥିବା କେବଳ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଲୋକମାନେ ହିଁ ଏହାର ଫାଇଦା ନେଇପାରିବେ ବୋଲି ଆଲୋଚନା ହେଉଛି । ତେଣୁ ୩ମାସର ଏହି କାର୍ଯ୍ୟକ୍ରମରେ ହାତଗଣତି ନିର୍ଦ୍ଦିଷ୍ଟ ବର୍ଗର ପର୍ଯ୍ୟଟକମାନେ ଆସିବାର ସମ୍ଭାବନା ଥିବାବେଳେ କରୋନାର ଆଶଙ୍କା ମଧ୍ୟ ବ୍ୟବସାୟକୁ ପ୍ରଭାବିତ କରିବ। ତାହାସତ୍ତ୍ୱେ ପର୍ଯ୍ୟଟନ ବିଭାଗ କେଉଁ ନିର୍ଦ୍ଦିଷ୍ଟ ଲୁକାୟିତ ଉଦ୍ଦେଶ୍ୟ ରଖି ଏହାର ଆୟୋଜନ କରୁଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ,ଶୀତ ଋତୁରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରୀର ଆଶଙ୍କା ଥିବା ସତ୍ତ୍ୱେ  ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ଅର୍ଥ ଉପାର୍ଜନ ନିମନ୍ତେ ପର୍ଯ୍ୟଟନ ବିଭାଗ ବ୍ୟାକୁଳ ହୋଇପଡ଼ିଥିବା ଜଣାପଡ଼ିଛି। ଏଥିନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ୍ର ଆୟୋଜନ କରାଯାଉଥିବା ବେଳେ ବହୁତ ପର୍ଯ୍ୟଟନ ସ୍ଥଳୀକୁ ଖୋଲା କରି ଦିଆଯାଇଛି। ଫଳରେ ବହୁ ଲୋକଙ୍କ ସମାଗମ ହେଉଛି ଯେଉଁଥିପାଇଁ କରୋନା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ଶୀତ ଋତୁରେ କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ଥିବା କଥା ନିଜେ ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଥିବାବେଳେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଦେଶବିଦେଶର ପର୍ଯ୍ୟଟକମାନେ ଆସିବାର ସମ୍ଭାବନା ରହିଛି। କରୋନା ମହାମାରୀରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ଏହାର ପ୍ରଭାବ ଏକବର୍ଷ ପର୍ଯ୍ୟନ୍ତ ରହିବ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଚେତାବନୀର ଦେଇ ସାରିଛନ୍ତି।

ପର୍ଯ୍ୟଟନ ବିଭାଗ କେଉଁ ଆଧାରରେ ‘ଇକୋ ରିଟ୍ରିଟ୍‌’ର ଆୟୋଜନ କରୁଛଇ ତାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ରହିଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ଏଥିରେ ପ୍ରଭାବିତ ହେଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

The post ଖୋଲିଲା ଖଣ୍ଡାଧାର ଜଳପ୍ରପାତ, ଭୋଜି ଭାତକୁ ନା appeared first on Odisha Reporter.



from Odisha Reporter https://ift.tt/3nOC8z7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages