ବୋଝ ହୋଇନାହାନ୍ତି, ପରିବାର ସମ୍ଭାଳୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ବୋଝ ହୋଇନାହାନ୍ତି, ପରିବାର ସମ୍ଭାଳୁଛନ୍ତି

ଭୁବନେଶ୍ୱର (ସୌମ୍ୟ ରଞ୍ଜନ ସାହୁ): କଥାରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ, ତା ଆଗରେ ସବୁକିଛି ହାର୍ ମାନିବ। ତେଣିକି ତାହା କୌଣସି କାମ ହେଉ ନା ପଛେ। ଆଜି ଆମେ ଏମିତି କିଛି ସ୍ୱତନ୍ତ୍ର ମହିଳାଙ୍କ କଥା କହିବୁ, ଯେଉଁମାନେ ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ଏମାନେ ସକ୍ଷମ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଏମାନେ ଆଜି ନିଜ ଗୋଡ଼ରେ ଛିଡ଼ା ହେବା ସହ ଆତ୍ମନିର୍ଭର ହୋଇ ନିଜ ନିଜର ପରିବାରର ପେଟ ପୋଷୁଛନ୍ତି। ଏମାନଙ୍କୁ ନାଁ କାହାର ସାହାରା ଦରକାର ହେଉଛି ନା କାହାର ସହଯୋଗ। ଆସନ୍ତୁ ଜାଣିବା ଏହି ସ୍ୱତନ୍ତ୍ର ମହିଳାଙ୍କ ବିଷୟରେ।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ପଞ୍ଚାୟତର ନମିତା ମହାନ୍ତି, ଯିଏ ପିଲାଦିନରୁ ଦିବ୍ୟାଙ୍ଗ। ରାଜଧାନୀର ବ୍ୟସ୍ତବହୁଳ କଳ୍ପନା ଛକରେ ନମିତା ନିଜର ଏକ ସ୍ନାକ୍ସ ଓ ଚା’ ଦୋକାନ ଟିଏ କରିଛନ୍ତି। ନିଜକୁ ଓ ଅନ୍ୟକୁ ଖୁସି ରଖିବା ପାଇଁ ନମିତା ଦୋକାନର ନାଁ ଖୁସି କ୍ୟାଫେ ରହିଛନ୍ତି। ଏହି ଛୋଟିଆ ଦୋକାନରୁ ନମିତା ଯାହା ରୋଜଗାର କରନ୍ତି, ସେଥିରେ ତାଙ୍କର ପୂରା ପରିବାରର ଭରଣପୋଷଣ ହୋଇଥାଏ। ଏହି ଦୋକାନରେ ନମିତାଙ୍କ ସହ କାମ କରନ୍ତି ସେହି ଅଞ୍ଚଳରେ ଆଉ ତିନି ଭିନ୍ନକ୍ଷମ। ତେଣୁ ଦିବ୍ୟାଙ୍ଗ ହେବା ସତ୍ତ୍ୱେ ନମିତା ଓ ତାଙ୍କ ସହ କାମ କରୁଥିବା ଆଉ ତିନିଜଣ ଆଉ କାହା ଉପରେ ବୋଝ ନହୋଇ ନିଜ ଗୋଡ଼ରେ ଛିଡ଼ା ହେବା ସହ ସ୍ୱାଭିମାନର ସହ ବଞ୍ଚୁଛନ୍ତି।

ସେହିଭଳି ଆଉ ଜଣେ ମହିଳା ହେଉଛନ୍ତି ସାରାଣୀ ନାୟକ, ଯିଏ ବୟନିକା କ୍ୟାମ୍ପସରେ ଥିବା ଏକ କ୍ୟାଣ୍ଟିନ ଚଳାଉଛନ୍ତି। ତାଙ୍କ ସହ ଆଉ ତିନି ଦିବ୍ୟାଙ୍ଗ ଯୁବତୀ ମଧ୍ୟ ଏହି କ୍ୟାଣ୍ଟିନରେ କାମ କରୁଛନ୍ତି। ଏମାନେ ସମସ୍ତେ ମଧ୍ୟ ବାଲିଅନ୍ତା ଅଞ୍ଚଳର। ଗରାଖଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବାରେ ସାରାଣୀ ଏକ୍ସପର୍ଟ। ସେଠାରେ ଆଉଜଣେ ଅଛନ୍ତି, ଯାହାଙ୍କ ନାଁ ସ୍ନେହଲତା। ସ୍ନେହଲତା ଜନ୍ମରୁ କଥା କହିପାରୁନାହାନ୍ତି। କିନ୍ତୁ ତାଙ୍କର କାମ ସମସ୍ତଙ୍କୁ ଚକିତ କରିଛି। ସେ ଚୁଟକୀରେ ରୁଟି ତିଆରି ଗରାଖଙ୍କୁ ପରଷିବାରେ ମାହିର୍। ଏଠାରେ କାମ କରୁଥିବା ରୀନା ଓ ବେବିନା ସାହୁ ମଧ୍ୟ କଥା କହିପାରୁନାହାନ୍ତି। ହେଲେ ଏମାନେ କ୍ୟାଣ୍ଟିନରେ କାମ କରି ଆତ୍ମନିର୍ଭର ହୋଇ ପାରିଛନ୍ତି।

ତେବେ ଏହି ଦିବ୍ୟାଙ୍ଗଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ପ୍ରତିବନ୍ଧି କଲ୍ୟାଣ କେନ୍ଦ୍ର ନାମକ ଏକ ଏନଜିଓ ସଂସ୍ଥା। ବାଲିଅନ୍ତା ବ୍ଲକରେ ଥିବା ଏହି ସଂସ୍ଥା ଦିବ୍ୟାଙ୍ଗଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବୀ କ୍ଷେତ୍ରରେ କାମ କରୁଛି। ଏହି ସଂସ୍ଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୮ଜଣ ଦିବ୍ୟାଙ୍ଗ ଯୁବତୀଙ୍କ ରୋଜଗାର ଦେଇସାରିଛି। ଆଗାମୀ ଦିନରେ ମଧ୍ୟ ଏହି ସଂସ୍ଥା ଏଭଳି ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢ଼ାଇବ ବୋଲି କହିଛନ୍ତି ସଂସ୍ଥାର ସଂଯୋଜକ ଶ୍ୟାମଲ ଜେନା।

The post ବୋଝ ହୋଇନାହାନ୍ତି, ପରିବାର ସମ୍ଭାଳୁଛନ୍ତି appeared first on Odisha Reporter.



from Odisha Reporter https://ift.tt/2M4hAoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages