ସକାଳୁ ସକାଳୁ ରାଜଧାନୀରେ ଭୂକମ୍ପ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ସକାଳୁ ସକାଳୁ ରାଜଧାନୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଙ୍ଗଲୋଇ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୋର ୫.୦୨ ମିନିଟ୍‌ରେ ଏହି ଝଟକା ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ ଲୋକମାନେ ଶୋଇଥିବା ବେଳେ ଝଟକା ଅନୁଭୂତ ହୋଇଥିବାରୁ ସମସ୍ତେ ଟିକିଏ ଆତଙ୍କିତ ହୋଇପଡ଼ିଥିବା ଖବର ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଡିସେମ୍ବର ୧୭ରେ ଦିଲ୍ଲୀ-ଏନସିଆର୍‌ରେ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୨ ରହିଥିଲା। ଏହି ସମୟରେ ବି କୌଣସି କ୍ଷୟକ୍ଷତି ଘଟି ନଥିଲା।

The post ସକାଳୁ ସକାଳୁ ରାଜଧାନୀରେ ଭୂକମ୍ପ ଝଟକା appeared first on Odisha Reporter.



from Odisha Reporter https://ift.tt/2M7S55y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages