କିଭଳି ଅଧିକ ଦିନ ସାଇତି ରଖିବେ ଅଦା-ରସୁଣ ପେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

କିଭଳି ଅଧିକ ଦିନ ସାଇତି ରଖିବେ ଅଦା-ରସୁଣ ପେଷ୍ଟ

ନେକ ଥର ଖାଦ୍ୟ ରୋଷେଇ କଲା ବେଳେ ଲଙ୍କା ଗୁଣ୍ଡ ଅଧିକ ପଡ଼ିଯାଏ । ଏହାଦ୍ୱାରା ଖାଦ୍ୟର ସ୍ୱାଦ ପୂରା ବିଗିଡ଼ି ଯାଏ। ସେହିପରି ଆମେ ଘରେ ଅଦା-ରସୁଣ ବଟାକୁ ଅଧିକ ସମୟ ରଖିବା ପାଇଁ ଫ୍ରିଜରେ ରଖିଥାଉ। କିନ୍ତୁ ସେଥିରେ ମଧ୍ୟ ତାହା ଅଧିକ ଦିନ ସତେଜ ରୁହେନି। ତେଣୁ ଅଧିକ ଲଙ୍କା ଗୁଣ୍ଡ ପଡ଼ିବା ସତ୍ତ୍ୱେ ଖାଦ୍ୟର ସ୍ୱାଦକୁ କିପରି ବଜାୟ ରଖିବେ ଓ ଅଦା-ରସୁଣ ପେଷ୍ଟକୁ କିଭଳି ଅଧିକ ଦିନ ସାଇତି ରଖିହେବ, ଆସନ୍ତୁ ଜାଣିବା। ତା’ସହିତ ଏମିତି ଆଉ କିଛି ଟିପ୍ସ ଜାଣିନିଅନ୍ତୁ।

  • ଘରେ ତିଆରି ଅଦା-ରସୁଣ ଏବଂ ଲଙ୍କା ବଟାକୁ ଅଧିକ ଦିନ ରଖିବା ପାଇଁ ସେଥିରେ ୧ ଚାମଚ ଗରମ ତେଲ ଏବଂ ଲୁଣ ପକାଇ ରଖନ୍ତୁ। ଏଭଳି କରିବା ଦ୍ୱାରା ଅଦା-ରସୁଣ ପେଷ୍ଟ ଅଧିକ ସମୟ ସତେଜ ହୋଇ ରହିଥାଏ।
  • ଖାଦ୍ୟରେ ଯଦି ଅଧିକ ଲଙ୍କା ପଡ଼ିଯାଇଥାଏ, ତା’ହେଲେ ତା’ର ରାଗ ପଣ ଦୂର କରିବା ପାଇଁ ସେଥିରେ ଗୋଟିଏ ସିଝା ଆଳୁ ପକାଇପାରିବେ। ଆଳୁ ଲଙ୍କାର ରାଗ ଅଂଶକୁ ଦୂର କରିଥାଏ। ଏହାବ୍ୟତୀତ ଆପଣ ଚାହିଁଲେ ସେଥିରେ ଫ୍ରେଶ କ୍ରିମ ବା ଦହି ମଧ୍ୟ ପକାଇ ପାରିବେ।
  •  ମିଠା ପାଇଁ ସିରା ତିଆରି କରିବା ପୂର୍ବରୁ ଯେଉଁ ପାତ୍ରରେ ତିଆରି କରିବେ ସେଥିରେ ଅଳ୍ପ ତେଲ ବା ଘିଅ ପକାନ୍ତୁ। ଏହାପରେ ସିରା ତିଆରି କରନ୍ତୁ। ଏଭଳି କରିବା ଦ୍ୱାରା ରୋଷେଇ କରିବା ପାତ୍ରର ଚାରିପଟେ ଚିନି ଲାଗିନଥାଏ।
  • ସାଧାରଣତଃ ଲଙ୍କା କାଟିବା ପରେ ହାତ ଜଳାପଡା କରେ। ଲଙ୍କା କାଟିବା ପରେ ହାତକୁ ଚିନି ମିଶା ଥଣ୍ଡା ପାଣିରେ କିଛି ସମୟ ବୁଡାଇ ରଖନ୍ତୁ। ଦେଖିବେ ଏହାଦ୍ୱାରା ହାତ ଆଉ ଜଳାପଡା କରିବ ନାହିଁ।
  • ସାଧାରଣତଃ ବେସନରେ ଲଡ଼ୁ ତିଆରି କରିବାବେଳେ ସେଥିରେ ଗେଟା ହୋଇଯାଏ। ଏଥିପାଇଁ ଲଡ଼ୁ ତିଆରି କରିବା ବେଳେ ଲଗାତର ବେସନକୁ ଘାଣ୍ଟିବା ଉଚିତ। ଏହାଦ୍ବାରା ଗେଟା ପଡିବ ନାହିଁ। ସେହିପରି ବେସନର କଞ୍ଚାପଣ ଦୂର କରିବା ପାଇଁ ବେସନକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ଏମିତି କରିବା ଦ୍ୱାରା ବେସନ ଲଡୁ ଆହୁରି ସ୍ବାଦିଷ୍ଟ ଲାଗିଥାଏ।

The post କିଭଳି ଅଧିକ ଦିନ ସାଇତି ରଖିବେ ଅଦା-ରସୁଣ ପେଷ୍ଟ appeared first on Odisha Reporter.



from Odisha Reporter https://ift.tt/3hfOuxC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages