କୁକୁଡ଼ା ଲାଞ୍ଚ ମାଗୁଛନ୍ତି ମହିଳା ସ୍ୱାସ୍ଥ୍ୟ କର୍ମୀ, ତାତିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

କୁକୁଡ଼ା ଲାଞ୍ଚ ମାଗୁଛନ୍ତି ମହିଳା ସ୍ୱାସ୍ଥ୍ୟ କର୍ମୀ, ତାତିଲେ ଲୋକେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଲୋକ। ଏପରିକି ମହିଳା ସ୍ୱାସ୍ଥ୍ୟ କର୍ମୀଜଣକ ବିଭିନ୍ନ କାର୍ଯ୍ୟ ନିମନ୍ତେ ଲାଞ୍ଚରେ ଟଙ୍କା, କୁକୁଡ଼ା ଆଦି ମାଗୁଥିବାରୁ ତାତି ଉଠିଛନ୍ତି ସ୍ଥାନୀୟ ଲୋକେ।  ଏପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କୁ ବହିଷ୍କାର ଦାବି କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ। ଏପରି ବିକ୍ଷୋଭ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ବହିଷ୍କାର ଦାବିରେ ଶତାଧିକ ଲୋକ ଗତକାଲି ପାପରମେଟଲାଠାରେ ଏକତ୍ରିତ ହୋଇଥିଲେ। । ସ୍ୱାସ୍ଥ୍ୟକର୍ମୀଜଣକ  କାର୍ଯ୍ୟରେ ଅବହେଳା,  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, ପ୍ରସୂତିଙ୍କୁ ମେଡ଼ିକାଲରେ ପହଞ୍ଚାଇବା ନିମନ୍ତେ ଟଙ୍କା ଦାବି କରିବା ଏପରିକି ମାଗଣା ମଶାରୀ ବଣ୍ଟନରେ ମଧ୍ୟ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏପରିକି ମହିଳା କର୍ମଚାରୀଜଣକ କାମ କରେଇଦେବା ନାମରେ କୁକୁଡ଼ା ମଧ୍ୟ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।

ଏପରି ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ତାଙ୍କୁ ବଦଳି କରିଥିଲେ। କିନ୍ତୁ ତାଙ୍କ ବଦଳି ବାତିଲ କରିବାକୁ  କିଛି ଅସାଧୁ ବ୍ୟକ୍ତି   ଆଗେଇ ଆସିଥିବାରୁ ବିକ୍ଷୋଭକାରୀ ଏହାର ଘୋର ପ୍ରତିବାଦ କରିଛନ୍ତି। ଏଥିସହ ତାଙ୍କୁ ବଦଳି ପରିବର୍ତ୍ତେ ଚାକରିରୁ ବହିଷ୍କାର ଦାବୀ କରିଛନ୍ତି।

ଏନେଇ ବିଭାଗୀୟ ଅଧିକାରୀ କିମ୍ବା ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ମତାମତ ମିଳିପାରି ନାହିଁ।

The post କୁକୁଡ଼ା ଲାଞ୍ଚ ମାଗୁଛନ୍ତି ମହିଳା ସ୍ୱାସ୍ଥ୍ୟ କର୍ମୀ, ତାତିଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/3aBpgbU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages