‘ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ଦାୟୀ ରହିବେ ଜିଲ୍ଲାପାଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

‘ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ଦାୟୀ ରହିବେ ଜିଲ୍ଲାପାଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଗରୀବ ଲୋକଙ୍କ ଜୀବନ, ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ରୋଜଗାର ହରାଇ  ଅଧିକ କ୍ଷତିଗ୍ରସ୍ତ ହେବା ଯୋଗୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।

ଏପରି ସ୍ଥିତିରେ ସେମାନଙ୍କୁ କାମଧନ୍ଦା ସହ ମଜୁରୀ ଯୋଗାଇବାକୁ ସରକାରୀ ଅଧିକାରୀ ଅଧିକ ଯତ୍ନବାନ ହେବା ଉଚିତ। ଏଥିରେ କିଛି ବି ଏପାଖ ସେପାଖ ହେଲେ ଜିଲ୍ଲାପାଳ ହିଁ ଦାୟୀ ରହିବେ। ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳଙ୍କୁ ଏଭଳି ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାବ୍ୟତୀତ ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ରୋଜଗାର ଯୋଜନା ସମ୍ପର୍କରେ ମତାମତ ନେବାକୁ ସ୍ୱତନ୍ତ୍ର ଭାବେ ‘ମୋ ସରକାର’ ସେଲ୍‌ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳମାନେ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀଙ୍କୁ ନିୟମିତ ଫୋନ୍‌ କରି ମଜୁରୀ ବିଷୟରେ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁ ଜିଲ୍ଲାରେ ଲୋକ ବାହାରକୁ ଯାଉଛନ୍ତି, ସେଠି ଅଧିକ ୧୦୦ ଦିନ କାମ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

The post ‘ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ଦାୟୀ ରହିବେ ଜିଲ୍ଲାପାଳ’ appeared first on Odisha Reporter.



from Odisha Reporter https://ift.tt/2Wl15pG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages