ଚାଷୀ ଆନ୍ଦୋଳନ ବିରୋଧରେ ଦାୟର ମାମଲାର ଆଜି ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

ଚାଷୀ ଆନ୍ଦୋଳନ ବିରୋଧରେ ଦାୟର ମାମଲାର ଆଜି ଶୁଣାଣି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି। ତେଣେ ସୀମା ସିଲ୍ କରିବା ପାଇଁ ମଧ୍ୟ ଚାଷୀ ଚେତାବନୀ ଦେଇଛନ୍ତି।

ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ଆଜି ସକାଳ ୧୧ଟାରେ ନୋଏଡା-ଚିଲା ବୋର୍ଡର ବନ୍ଦ ଘୋଷଣା କରିବ ବୋଲି କହିଛି। ଯେଉଁଥିପାଇଁ ପୁଲିସ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରି ଦିଲ୍ଲୀ ସୀମାରେ ବ୍ୟାରିକେଡ୍ ଲଗାଇଛି।

ତେଣେ ଚାଷୀ ଆନ୍ଦୋଳନ ବିରୋଧରେ ଦାୟର ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ଆନ୍ଦୋଳନ ବିରୋଧରେ ମୋଟ୍ ତିନୋଟି ପିଟିସନ ଦାଖଲ ହୋଇଛି। ଏହି ପିଟିସନରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆନ୍ଦୋଳନକୁ ନେଇ ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବାକୁ ଦାବି ହୋଇଛି। ଶାହୀନ୍ ବାଗ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ସର୍ବସାଧାରଣ ସ୍ଥାନଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ, ଏହା ଅନ୍ୟ ଲୋକଙ୍କ ଅଧିକାର ଉପରେ ପ୍ରଭାବ ପକାଇଥାଏ। ଏବେ ଏହି ଆବେଦନରେ କୁହାଯାଇଛି ଯେ କୃଷକ ସଂଗଠନ ଦିଲ୍ଲୀର ସର୍ବସାଧାରଣ ସ୍ଥାନକୁ ଘେରି ରହିଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସିଙ୍ଗୁ ସୀମାରେ ଆନ୍ଦୋଳନରେ ବସିଥିଲା ଚାଷୀ ନେତା ଜଗଜିତ୍ ସିଂ କହିଛନ୍ତି ଯେ ଦୁଃଖର କଥା ସରକାର ଆମ କଥା ଶୁଣୁ ନାହାନ୍ତି। ଦିଲ୍ଲୀରେ କିନ୍ତୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ସାମିଲ୍ ହୋଇଥିବା ଚାଷୀଙ୍କ ମଧ୍ୟରୁ ପ୍ରତିଦିନ ହାରାହାରି ଜଣଙ୍କର ମୃତ୍ୟୁ ଘଟୁଛି। ଏଯାବତ  ୧୩-୧୪ ଚାଷୀଙ୍କର ମୃତ୍ୟୁ ଘଟିଛି। ୨୦ରେ ଏହି ସମସ୍ତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।

ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ଗାଜିଆବାଦରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରାଫିକ ପାଇଁ ଗାଜିପୁର ସୀମା ଏବେ ବନ୍ଦ ରହିଛି। ଦିଲ୍ଲୀ ଆସିବାକୁ ଥିବା ବ୍ୟକ୍ତିଙ୍କୁ ଅନ୍ୟ ରାସ୍ତା ଦେଇ ଆସିବାକୁ କୁହାଯାଇଛି।

The post ଚାଷୀ ଆନ୍ଦୋଳନ ବିରୋଧରେ ଦାୟର ମାମଲାର ଆଜି ଶୁଣାଣି appeared first on Odisha Reporter.



from Odisha Reporter https://ift.tt/37lc7Bx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages