‘ଲଭ୍ ଜିହାଦ୍’ ବିରୋଧୀ ଆଇନକୁ ହିନ୍ଦୁ ମହିଳାଙ୍କ ବିରୋଧ, କହିଲେ ପ୍ରେମ ଜାତି, ଧର୍ମ ଦେଖି ହୁଏନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

‘ଲଭ୍ ଜିହାଦ୍’ ବିରୋଧୀ ଆଇନକୁ ହିନ୍ଦୁ ମହିଳାଙ୍କ ବିରୋଧ, କହିଲେ ପ୍ରେମ ଜାତି, ଧର୍ମ ଦେଖି ହୁଏନି

ଲକ୍ଷ୍ନୌ: ପ୍ରେମ କରିବା ଅପରାଧ ନୁହେଁ, ପ୍ରେମ ଜାତି, ଧର୍ମ ଦେଖି ହୁଏ ନାହିଁ। ଜଣେ ୨୨ ବର୍ଷୀୟ ହିନ୍ଦୁ ମହିଳା ଉତ୍ତର ପ୍ରଦେଶ ସରକାରର ‘ଲଭ୍ ଜିହାଦ୍’ ବିରୋଧୀ ଆଇନକୁ ନେଇ ଏଭଳି ମତ ରଖିଛନ୍ତି। ଏହି ଆଇନ୍ ପାଇଁ ନିକଟରେ ତାଙ୍କ ସ୍ୱାମୀ ଏବଂ ଭିଣୋଇ ଗିରଫ୍ ହୋଇ ଜେଲରେ ଅଛନ୍ତି। ସେ ସପ୍ତାହେ ହେବ ନାରୀ ନିକେତନ ଗୃହ ଏବଂ ହସ୍ପିଟାଲରେ ରହିଥିଲେ। ଶାଶୁ ଘରକୁ ଫେରିବା ବେଳେ ଏଭଳି ମତ ରଖିଛନ୍ତି। ନାରୀ ନିକେତନରେ ଥିବା ବେଳେ ସେ ନିର୍ଯାତନାରେ ଶିକାର ହୋଇଥିଲେ, ସେଠାରେ ଚିକିତ୍ସାର ଅଭାବ ପାଇଁ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହି ମହିଳା ଜଣଙ୍କ ରସିଦ ନାମକ ବ୍ୟକ୍ତିକୁ ବିବାହ କରିଛନ୍ତି। ନିକଟରେ ମହିଳାଙ୍କ ମାଆ ଅଭିଯୋଗ କରିବା ପରେ ପୁଲିସ ଡିସେମ୍ୱର ୫ ତାରିଖରେ ମୋରାଦାବାଦରେ ରସିଦ ଏବଂ ମହିଳାଙ୍କ ଭିଣୋଇକୁ ଗିରଫ କରିଥିଲା। ପୁଲିସ ମାଜିଷ୍ଟ୍ରେଟଙ୍କ ଆଗରେ ମହିଳାଙ୍କ ବୟାନ ରେକର୍ଡ କରିବାର ଗୋଟିଏ ଦିନ ପରେ, ତାଙ୍କୁ ତାଙ୍କ ଶାଶୁଙ୍କୁ ଦେଖା କରିବାକୁ ଏବଂ ରହିବାକୁ ଅନୁମତି ମିଳିଛି। ତେବେ ସେ ବିବାହ ନିଜ ଇଚ୍ଛାରେ କରିଛନ୍ତି ତାଙ୍କ ସ୍ୱାମୀ ରସିଦଙ୍କୁ ଶୀଘ୍ର ମୁକ୍ତ କରିବାକୁ ନିବେଦନ କରିଛନ୍ତି।

ରସିଦ ଏବଂ ତାଙ୍କ ଭିଣୋଇଙ୍କୁ ଡିସେମ୍ବର ୫ରେ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶର ଧର୍ମ ନିଷେଧାଦେଶ, ୨୦୨୦ର ଧାରା ୩ ଏବଂ ୫ ଅନୁଯାୟୀ ଏହି ଦମ୍ପତିଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ବିବାହ କରିବା ବେଳେ ପୁଲିସ ତାଙ୍କୁ ନୂଆ ଆଇନ୍ ବଳରେ ଗିରଫ କରିଥିଲା। ଅନୁସୂଚିତ ଜାତି ସମ୍ପ୍ରଦାୟର ହେଉଛନ୍ତି ମହିଳାଙ୍କ ବାପ ଘର ଲୋକ। ସେମାନଙ୍କ ଘର ୟୁପିର ବିଜନୋର। ମହିଳାଙ୍କ ମା’ଙ୍କ ଅଭିଯୋଗ କ୍ରମେ ପୁଲିସ ଏହି ଗିରଫ୍ କରିଥିଲା। ମହିଳାଙ୍କ ମା ’ଅଭିଯୋଗ କରିଥିଲେ ଯେ ରସିଦ ନିଜ ଧର୍ମ ପରିଚୟ ଲୁଚାଇଥିଲେ ତାଙ୍କ ଝିଅକୁ। ଆଉ ସମାନ ଧର୍ମ କହି ପ୍ରେମ କରିବା ସହିତ ବିବାହ କରିବାକୁ ଉସକାଇଥିଲେ ବୋଲି କହିଛନ୍ତି।

ତେବେ ମହିଳା ଜଣଙ୍କ ତାଙ୍କ ମାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜୁଲାଇ ୨୪ରେ ଦେହରାଡୁନରେ ନିଜ ଇଚ୍ଛାରେ ସେ ବିବାହ କରିଥିଲେ ବୋଲି କହିଛନ୍ତି। ଏହି ସ୍ଥାନରେ ଉଭୟ ଚାକିରି କରୁଥିଲେ। ବିବାହ ବେଳେ ନିକାହ ସମାରୋହ ହୋଇଥିଲା ଏବଂ କୁରାନ ପାଠ କରିଥିଲେ ବୋଲି କହିଛନ୍ତି। ବିବାହ ବେଳେ ସେ ତାଙ୍କ ସ୍ୱାମୀଙ୍କ ଧର୍ମ ବାବଦରେ ଅବଗତ ଥିଲେ ବୋଲି କହିଛନ୍ତି। ପ୍ରେମ କରିବା ଅପରାଧ ନୁହେଁ, ପ୍ରେମ ଜାତି, ଧର୍ମ ଦେଖି ହୁଏ ନାହିଁ ବୋଲି ସେ କହିଛନ୍ତି।

ନାରୀ ନିକେତନରେ ଥିବା ବେଳେ ମହିଳା ଜଣଙ୍କ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ। ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସୋମବାର ମୋରାଡାବାଦର ଜିଲ୍ଲା ମହିଳା ହସ୍ପିଟାଲରେ ତାଙ୍କର ଚେକଅପ୍ ହୋଇଥିଲା। ଏବେ ଏହାକୁ ନେଇ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ନିର୍ମଳା ପାଠକ କହିଛନ୍ତି ଯେ ଅଧିକ ପରୀକ୍ଷା ପାଇଁ ମହିଳାଙ୍କୁ ମେରୁଟ ମେଡିକାଲ କଲେଜକୁ ପଠାଯାଇଛି। ଅଲଟ୍ରାସାଉଣ୍ଡରେ ଭ୍ରୁଣ ଦୃଶ୍ୟମାନ ହେଉଥିବାବେଳେ ହୃଦସ୍ପନ୍ଦନ ସ୍ପଷ୍ଟ ଭାବରେ ଦେଖାଯାଇ ନଥିଲା ବୋଲି ଡାକ୍ତର କହିଛନ୍ତି। ମହିଳାଙ୍କର ଆବଶ୍ୟକ ପରୀକ୍ଷା ହୋଇନାହାଁ କିନ୍ତୁ ସେ ଘରୋଇ ହସ୍ପିଟାଲ ଯିବାକୁ ଦାବି କରୁଛନ୍ତି ବୋଲି କହିଛନ୍ତି। ମହିଳାଙ୍କ ଅଭିଯୋଗ ଭିତ୍ତିହୀନ। ଚିକିତ୍ସାରେ କୌଣସି ଅବହେଳା ହୋଇନି ବୋଲି ଡାକ୍ତର କହିଛନ୍ତି।

The post ‘ଲଭ୍ ଜିହାଦ୍’ ବିରୋଧୀ ଆଇନକୁ ହିନ୍ଦୁ ମହିଳାଙ୍କ ବିରୋଧ, କହିଲେ ପ୍ରେମ ଜାତି, ଧର୍ମ ଦେଖି ହୁଏନି appeared first on Odisha Reporter.



from Odisha Reporter https://ift.tt/3mnfgFw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages