ସିଡ୍ନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତୀୟ ଦଳ ୨୪୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଘରୋଇ ଟିମ୍ ପ୍ରଥମ ଇନିଂସ୍ରେ ୩୩୮ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ୯୪ ରନ୍ ପଛରେ ରହିଯାଇଛି। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆର ତା’ର ଦ୍ୱିତୀୟ ଇନିଂସ୍ରେ ୫ ଓଭରରେ ୧୪ ରନ୍ ସଂଗ୍ରହ କରିଛି।
ଗତକାଲି ଅଷ୍ଟ୍ରେଲିଆକୁ ୩୩୮ ରନ୍ରେ ଅଲ୍ଆଉଟ୍ କରିବା ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ଟି ୱିକେଟ୍ ହରାଇ ୯୬ ରନ୍ କରିଥିଲା। ରୋହିତ ୨୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶୁବମନ ଗିଲ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୯ ଓ ୫ ରନ୍ କରି କ୍ରିଜ୍ରେ ଥିଲେ। ଆଜି ଏ ଦୁଇ ବ୍ୟାଟ୍ସମ୍ୟାନ ପୁଣି ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ହେଲେ ଅଧିନାୟକ ରାହାଣେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ନିଜ ଖାତାରେ ଆଉ ମାତ୍ର ୧୭ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲେ। ୨୨ ରନ୍ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।
ରାହାଣେଙ୍କ ପରେ ହନୁମା ବିହାରୀ ଆସିଥିଲେ। କିନ୍ତୁ ସେ ପୁଣି ଫେଲ୍ ମାରିଥିଲେ। ୩୮ଟି ବଲ୍ ଖେଳି ମାତ୍ର ୪ ରନ୍ କରି ଜୋଶ ହେଜଲଉଡ୍ଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ଭଲ ଖେଳିଥିଲେ। କିନ୍ତୁ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୬୭ଟି ବଲ୍ରୁ ୩୬ (୪ ଚୌକା) ରନ୍ କରି ସେ ଆଉଟ୍ ହୋଇଥିଲେ। ହେଜଲଉଡ୍ଙ୍କ ବଲ୍ରେ ଡାଭିଡ ୱାର୍ଣ୍ଣରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଟିମ୍ ଇଣ୍ଡିଆର ସ୍କୋର ୧୯୫ ହୋଇଥିଲା। ସ୍କୋର ସେହି ୧୯୫ ରନ୍ ଥିବା ବେଳେ ପନ୍ତଙ୍କ ପରେ ପରେ ପୂଜାରା ମଧ୍ୟ ଆଉଟ୍ ହୋଇଯାଇଥିଲେ। ସେ ୧୭୬ ବଲ୍ରୁ ୫ଟି ଚୌକା ସହାୟତାରେ ୫୦ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ଟିମ୍ ପେନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି ଯୋଡ଼ି ଆଉଟ୍ ହୋଇଯିବା ପରେ ଟିମ୍ ଇଣ୍ଡିଆର ବଡ଼ ସ୍କୋର ଆଶା ମଉଳି ଯାଇଥିଲା।
ରବୀନ୍ଦ୍ର ଜାଡ଼େଜା ୨୮ ରନ୍ କରି ଅପରାଜିତ ରହିଥିବା ବେଳେ ବାକି ସବୁ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ୧୦ ରନ୍ କରି ରନ୍ଆଉଟ୍ ହୋଇଥିଲେ। ନବଦୀପ ସାଇନି ୩ ରନ୍ କରିଥି ମିଚେଲ ଷ୍ଟାର୍କଙ୍କ ବଲ୍ରେ ମାଥ୍ୟୁ ୱାଡେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିଲେ। ସେ ମାର୍ନସ ଲାବୁଶେନଙ୍କ ଦ୍ୱାରା ରନ୍ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ୬ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍ରେ ଟିମ୍ ପେନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜୋଶ ହେଜଲଉଡ୍ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଥିଲେ।
The post ପ୍ରଥମ ଇନିଂସ୍ରେ ପଛରେ ରହିଲା ଟିମ୍ ଇଣ୍ଡିଆ appeared first on Odisha Reporter.
from Odisha Reporter https://ift.tt/35kBYIw
No comments:
Post a Comment